ଗୋସାଣିନୁଆଗାଁ ପୋଲିସ ଦ୍ୱାରା ୧୧ ଜୁଆଡ଼ି ଗିରଫ, ୧,୧୧,୨୦୦ ଟଙ୍କା ଜବତ

0
515

ବ୍ରହ୍ମପୁର(ପ୍ରଣୟ ପଣ୍ଡା) ବ୍ରହ୍ମପୁର ପୋଲିସ ଜିଲ୍ଲାରେ ପୁଣି ଏକ ବଡ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରିବା ସହ ଏକ ଲକ୍ଷ ଏଗାର ହଜାର ଦୁଇ ଶହ ଟଙ୍କା ଜବତ କରିଛି। ଟାଉନ ଥାନା ପରେ ଗୋସାଣିନୁଆଗାଁ ଥାନାକୁ ମିଳିଛି ସଫଳତା। ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଶ୍ରୀ ପିନାକୀ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗୋସାଣିନୁଆଗାଁ ପୋଲିସ ଥାନା ଅଧିକାରୀ ଶ୍ରୀ ସୁମିତ ସୋରେନଙ୍କ ନେତୃତ୍ୱରେ ପୋଲିସ ବାହିନୀ ହାଉସିଙ୍ଗବୋର୍ଡ଼ ପାର୍କ ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୧ ଜଣ ଜୁଆ ଖେଳାଳିଙ୍କୁ ଗିରଫ କରିବା ସହ ୧,୧୧,୨୦୦ ଟଙ୍କା ଜବତ କରିଛି। ଏନେଇ ଗୋସାଣିନୁଆଗାଁ ଥାନାରେ କେସ ନଂ ୧୫୪/୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଶ୍ରୀ ସୋରେନ ପ୍ରକାଶ କରିଛନ୍ତି। ବ୍ରହ୍ମପୁର ଏସପି ଶ୍ରୀ ମିଶ୍ର ଜୁଆ ଖେଳ,ଚୋରି,ଡକାୟତି ପ୍ରତି ଗୁରୁତ୍ୱ ଦେଇ ପ୍ରତ୍ୟକ୍ଷ ଭାବେ ଦୃଷ୍ଟି ଦେଉଥିବା ଯୋଗୁଁ ଅସାମାଜିକ ବ୍ୟକ୍ତିମାନଙ୍କ ନିଦ ହଜି ଯାଇଛି।

LEAVE A REPLY

Please enter your comment!
Please enter your name here