କେ. ରାଜେନ୍ଦ୍ର ପୁର ଠାରେ ବାଇକ ଓ ୪୦୭ ଧକ୍କା ଫଳରେ ବାଇକ ଚାଳକ ଗୁରୁତର

0
297

ଧରାକୋଟ(କାଳୁ ଚରଣ ମହାପାତ୍ର) ଆସିକାରୁ ସୋରଡାକୁ ଯାଇଥିବା NH 59 ରେ କେ.ରାଜେନ୍ଦ୍ର ପୁରଠାରେ ଏକ ସଡକ ଦୃଘଟଣା।ଆସିକା ପଟୁ ଆସୁଥିବା ଏକ ବାଇକ୍ (O D 32A 9507) ଧରାକୋଟ ରୁ ଆସିକା ଅଭିମୁଖେ ଯାଉଥିବା ଏକ 407 ( OR 02G7999) ସହ ମୁହାଁ ମୁହିଁ ଧକ୍କା ହୋଇଛି। ଫଳରେ ବାଇକ୍ ଆରୋହୀ ଶିବଶଙ୍କର ନାହାକ ଗ୍ରାମ କଳସଣ୍ଡପୁର ଗୁରୁତର ଆହତ ହୋଇଛନ୍ତି।ସ୍ଥାନୀୟ ଲୋକ ଓ 407 ଡ୍ରାଇଭର ଙ୍କ ସହାୟତାରେ 108 ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଆସିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଅବସ୍ଥା ଅତ୍ୟନ୍ତ ଗୁରୁତର ହେତୁ ତାଙ୍କୁ ବ୍ରହ୍ମପୁର ମେଡିକାଲ୍ କୁ ପଠାଯାଇଥିବା ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here