ଆସିକା ସାଂସଦଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ

0
402

ଆସ୍କା(ଜଗନ ପଣ୍ଡା)ଆସିକା ରେଡିମେଡି ବିକ୍ରେତା ସଂଘର ପ୍ରାୟ 100 ଜଣ ସଦସ୍ୟ ଆଜି 11 ଟା ସମୟରେ ଆସିକାରୁ ଏକ ବାଇକ ରାଲିରେ ବାହାରି ଆସିକା ସାଂସଦ ଶ୍ରୀମତି ପ୍ରମିଳା ବିଶୋଇଙ୍କ ଗ୍ରାମ ଚେରମାରିଆ ଠାରେ ପହଞ୍ଚି ତାଙ୍କ ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।ଆସିକା ଅଞ୍ଚଳରେ ବିଭିନ୍ନ ସମୟରେ ବାତ୍ୟା,ବନ୍ୟା ପରି ପ୍ରାକୃତିକ ଦୃଘଟଣା ର ସମ୍ମୁଖିନ ହୋଇଥିବା ଆସିକା ଲୁଗା ବ୍ୟବସାୟୀ ସଂଘର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଏବେ ଆସିକାରେ ନୂଆ କରି ଖୋଲିଥିବା ଏକ ସପିଙ୍ଗମଲ ଦ୍ୱାରା ସେମାନଙ୍କ ବ୍ୟବସାୟ ପ୍ରଭାବିତ ହେବ ବୋଲି ସେମାନେ ଏକତ୍ରିତ ହୋଇ ସେହି ସପିଙ୍ଗମଲ କୁ ଖୋଲିବାକୁ ଅନୁମତି ନ ଦେବା ପାଇଁ ଜିଲ୍ଲା ପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।କାରଣ ବର୍ତ୍ତମାନ ବିଭିନ୍ନ ଅନଲାଇନ ପରି ସଂସ୍ଥା ମାର୍କେଟରେ ପ୍ରଵେଶ କରି ଏମାନଙ୍କ ବ୍ୟବସାୟରେ ବାଧା ସୃଷ୍ଟି କରିଥିବା ବେଳେ ଏବେ ଯଦି ସପିଙ୍ଗମଲ ଖୋଲେ ତେବେ ସେମାନଙ୍କ ଜୀବିକା ଅର୍ଜନରେ ବ୍ୟାଘାତ ସୃଷ୍ଟି ହେବ ତେଣୁ ଏହି ସବୁ କାରଣକୁ ଦୃଷ୍ଟିରେ ରଖି ଆଜି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।ଯଦି ଏହି ଦାବି ପତ୍ରକୁ ଗୁରୁତ୍ୱ ଦେଇ ସେମାନଙ୍କ ଅଭିଯୋଗକୁ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସଙ୍ଘର ସଭାପତି ଓ ସମ୍ପାଦକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here