ଭାରତୀୟ ଜନତା ପାର୍ଟି ପକ୍ଷରୁ ଆସିକା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରଶିକ୍ଷଣ ଶିବିର

0
293

ଆସ୍କା(ଜଗନ ପଣ୍ଡା)ଭାରତୀୟ ଜନତା ପାର୍ଟି ପକ୍ଷରୁ ଆସିକା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରଶିକ୍ଷଣ ଶିବିର ଗତ 20 ତାରିଖରୁ ମୁନୀଗାଡି ସ୍ଥିତ ଉଛେବଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରଶିକ୍ଷଣ ଶିବିର ଆଜି ତୃତୀୟ ଦିନରେ ହରଡାପଦର ମଣ୍ଡଳ ସଭାପତି ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ବରେ ପାଟିଲିଗୁଡା ହନୁମାନ ମାନ୍ଦୁର ପ୍ରାଙ୍ଗଣରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି ପ୍ରଶିକ୍ଷଣ ଶିବିର ୧୦ ଟି ବିଷୟ ଉପରେ ଆଲୋଚନା ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦେବରାଜ ମହାନ୍ତି, ଦୂର୍ଗା ଚରଣ ପଟ୍ଟନାୟକ, ଭଗବାନ ମହାନ୍ତି,ରବିନ୍ଦ୍ରନାଥ ପୋଲାଇ ଏବଂ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଆସିକା ନିର୍ବାଚନ ମଣ୍ଡଳୀ ରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ଦୃଢ଼ କରୁବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here