ଦିଗପହଣ୍ଡି ତହସିଲରେ ଗ୍ରାମକଣ୍ଠ ଓ ମୋ ବିଦ୍ୟାଳୟ ପଟ୍ଟା ବଣ୍ଟନ

0
157

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରବିବାର ଦିନ ଗ୍ରାମକଣ୍ଠ ପରମ୍ବୋକ ଆବାଦି ଜମି ପଟ୍ଟା ଓ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡିକର ନିଜସ୍ଵ ଜମି ଖତିଆନ ପାଇଁ ବିଦ୍ୟାଳୟ ପଟ୍ଟା ବଣ୍ଟନ କରାଯାଇଥିବା ଜଣାପଡିଛି । ଦିଗପହଣ୍ଡି ତହସିଲଦାର ସିପକ କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ସଭାକାର୍ଯ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ପଟ୍ଟା ବଣ୍ଟନ କରିଥିଲେ । ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ . ଚିତ୍ତରଞ୍ଜନ ଦାସ , ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀ , ବ୍ଳକ ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ର , ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ , ସାଂସଦ ପ୍ରତିନିଧି ନିରୂପମା ପଟ୍ଟନାୟକ , ବ୍ଳକ ବିଜେଡି ମହିଳା ସଭାନେତ୍ରୀ ଉମା ମହେଶ୍ବରୀ ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଖବରନୁଯାୟୀ , ରାଜସ୍ବ ଓ ଶିକ୍ଷା ବିଭାଗର ଦୁଇ ସଚିବଙ୍କ ମିଳିତ ଆନୁକୂଲ୍ୟରେ ଦିଗପହଣ୍ଡି ତହସିଲ ଅଧିନସ୍ଥ ହିତାଧିକାରୀଙ୍କୁ ୧୫୦୦ ଗୋଟି ଗ୍ରାମକଣ୍ଠ ପଟ୍ଟା ବଣ୍ଟନର ବନ୍ଦୋବସ୍ତ ରହିଥିବା ବେଳେ ଆଜି ତହସିଲ ତହସିଲ ଅଧିନସ୍ଥ ଦିଗପହଣ୍ଡି , ପଦ୍ମନାଭପୁର , ବାସୁଦେବପୁର ଓ ସିଦ୍ଧେଶ୍ଵର ରାଜସ୍ବ ନିରୀକ୍ଷକ ସର୍କଲର ଅନେକ ଗ୍ରାମରେ ୩୦୦ ରୁ ଉର୍ଦ୍ଧ୍ବ ପଟ୍ଟା ବଣ୍ଟନ କରାଯାଇଥିଲା । ସେହିପରି ବ୍ଳକ ଅଧିନସ୍ଥ ୬୯ ଟି ବିଦ୍ୟାଳୟର ନିଜସ୍ଵ ପଟ୍ଟା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁପରଭାଇଜର ସତ୍ୟନାରାୟଣ ପାଣିଗ୍ରାହୀ , ବାବୁ ସେଠୀ , ରାଜସ୍ବ ନୀରିକ୍ଷକ ଅକ୍ଷୟ ମଲ୍ଲିକ , ପୁଷ୍ପାଞ୍ଜଳୀ ମଲ୍ଲିକ , ବନିତା ପ୍ରଧାନ , ଦୀପାଞ୍ଜଳୀ ବିଲୁଙ୍ଗି ସମେତ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here