ନିର୍ବାଚନ ମଣ୍ଡଳୀ ମୋ ପରିବାର, ମନେରଖିଛନ୍ତି ମନ୍ତ୍ରୀ

0
270

ପୋଲସରା : ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଶ୍ରୀକାନ୍ତ ସାହୁଙ୍କ ୮ ବର୍ଷର ଜନସେବାରେ ସନ୍ତୁଷ୍ଟ ହୋଇ ବିଜେଡି ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ସାହୁଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ନିଜର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇଛନ୍ତି। ବିଧାୟକ ଥିବା ସମୟରେ ଶ୍ରୀ ସାହୁ ଦଳ, ମତ ନିର୍ବିଶେଷରେ ସମସ୍ତଙ୍କ ବିପତ୍ତି ସମୟରେ ସେ ନିଶ୍ଚିତ ଭାବେ ସେମାନଙ୍କ ପରିବାର ନିକଟକୁ ଯାଉଥିଲେ। ଶ୍ରୀ ସାହୁ କହିଥିଲେଯେ ନିର୍ବାଚନ ମଣ୍ଡଳୀର ସମସ୍ତେ ମୋ ପରିବାର। ଦୁର୍ଘଟଣାରେ ଆହତ ଓ ମୃତ୍ୟୁ, ଅକାଳ ମୃତ୍ୟୁ ଏବଂ ବିଭିନ୍ନ ଦୈବୀ ଦୁର୍ଘଟଣା ଘଟିଥିବା ପରିବାର ନିକଟରେ ନିଶ୍ଚିତ ପହଞ୍ଚି ଆଲୋଚନା କରିଥାନ୍ତି। ଆବଶ୍ୟକ ସ୍ଥଳେ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନେଇଥାନ୍ତି। ପୋଲସରା ଏନଏସି ର ୧୬ ନଂ ୱାର୍ଡ ନୂଆ ସାହିର ଏନ ଦେବରାଜ ପାତ୍ର ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ। ଖବର ପାଇ ଜୁନ ୧୯ ତାରିଖ ଦିନ ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜ୍ଞାପନ କରିଥିଲେ। ସେହିପରି ପୋଲସରା ବ୍ଲକ ଅନ୍ତର୍ଗତ ଘୋଡାପଲାଣ ଗ୍ରାମର ଯୁବକ କାଳିଆ ଜେନା ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ଜୁନ ୨୦ ତାରିଖ ଦିନ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ପରିବାରଙ୍କୁ ଭେଟି ସ୍ୱନ୍ତନା ଦେବସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଅନ୍ୟ ଏକ ଘଟଣାରେ ପୋଲସରା ଏନଏସି ର ୧୫ ନଂ ୱାର୍ଡ ନିଗମ ନଗର ସାହିର ୩୦ ବର୍ଷ ବୟସ୍କ ଅନିଲ ରାଉତଙ୍କ ଅକାଳ ମୃତ୍ୟୁ ଖବର ଶୁଣିବା ପରେ ଜୁନ ୨୦ ତାରିଖ ଦିନ ମାନ୍ୟବର ମନ୍ତ୍ରୀ ମୃତକଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଥିଲେ। ନିରାଡ଼ମ୍ବର ଜୀବନ ଯାପନ ସହ ନିରନ୍ତର ଜନ ସମ୍ପର୍କ ଯୋଗୁଁ ମନ୍ତ୍ରୀ ଶ୍ରୀ ସାହୁ ସମସ୍ତଙ୍କ ଗ୍ରହଣୀୟ ହୋଇପାରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here