ଶନିଶ୍ଚର ମହାଗ୍ରହଙ୍କ ରତ୍ନମୁଦ ସକାଶେ ପ୍ରସ୍ତୁତି ବୈଠକ

0
310

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା)ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝୁରୀ ପଞ୍ଚାୟତ ର ବାଲିବଣ ଠାରେ ଶ୍ରୀ ଶ୍ରୀ ଶ୍ରୀ ଶନିଶ୍ଚର ମହାଗ୍ରହଙ୍କ ମନ୍ଦିର ରତ୍ନମୁଦ ହେବା ସକାଶେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଶରତ ଚନ୍ଦ୍ର ପାଣ୍ଡୀ ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମରେ ପାଞ୍ଚ ଖଣ୍ଡ ପଞ୍ଚାୟତ ରୁ ପ୍ରତିନିଧି ଯୋଗ ଦେଇ ଆଗାମୀ ଡ଼ିସେମ୍ବର ଏଗାର ତାରିଖ ଦିନ ମନ୍ଦିର ର ରତ୍ନମୁଦ ସକାଶେ ସବିଶେଷ ଆଲୋଚନା କରିଥିଲେ | ବ୍ରାହ୍ମଣ ଙ୍କୁ ନିମନ୍ତ୍ରଣ, ଅତିଥି ନିମନ୍ତ୍ରଣ ଓ ମନ୍ଦିର ର ଅଗ୍ରଗତି ସମ୍ବନ୍ଧେ ଆଲୋଚନା ହୋଇଥିଲା | ନାରାୟଣ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକ ରେ ବିନୋଦ ଜେନା, ମୁନା ନାୟକ, ଗୌରୀ ଶଙ୍କର ଜେନା, ସୁରେନ୍ଦ୍ର ପରିଡା,ଗୌରୀ ଶଙ୍କର ଜେନା, ପ୍ରଶାନ୍ତ କୁମାର ମହାନ୍ତି, ମୋଚିରାମ ସେଠି, ତ୍ରିନାଥ ନାୟକ, ପୁର୍ଣ ଚନ୍ଦ୍ର ପ୍ରଧାନ, ବିଜୁଳି ଡାଙ୍ଗୁଆ, ଶିବ ପ୍ରସାଦ, ରବୀନ୍ଦ୍ର ମହାନ୍ତି, କେଦାର ନାଥ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here