ପିକ୍ଅପ୍ ଭ୍ୟାନ ସହ ସ୍କୁଟି ମୁହାଁମୁହିଁ ; ଜଣେ ଗୁରୁତର

0
324

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ଆଜି ଅପରାହ୍ନ ତିନି ଘଣ୍ଟ ସମୟରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ କୋଭିଡ ଫାର୍ମାସିଷ୍ଟ ଆଦିତ୍ୟ ପୋଲାଇ (24) କାମ ସାରି ନିଜ ଗ୍ରାମ ହିଞ୍ଜିଳି ଫେରୁଥିବା ସମୟରେ ଆମ୍ବଡୋଳି ଛକ ଠାରେ ବିପରୀତ ଦିଗରୁ ଏକ ପିକ୍ଅପ୍ ଭ୍ୟାନ୍ (OD17K1399) ଦ୍ରୁତ ଗତିରେ ଆସି ଆଦିତ୍ୟଙ୍କ ହୋଣ୍ଡା ଆକ୍ଟିଭା ଗାଡି OD07AF6875 କୁ ସାମନା ପଟୁ ଧକ୍କା ଦେଇଥିଲା I ଦୂର୍ଘଟଣା ପରେ ପିକ୍ଅପ୍ ଛାଡି ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ଆଦିତ୍ୟକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ପଠାଇଥିଲେ I ଆଦିତ୍ୟଙ୍କ ଡାହାଣ ଗୋଡ, ମୁଣ୍ଡ, ଛାତିକୁ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି I ଖବର ପାଇ ଘଟଣା ସ୍ଥଳରେ ଗାଙ୍ଗପୁର ପୋଲିସ୍ ପହଞ୍ଚି ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି I

ଫଟୋ

LEAVE A REPLY

Please enter your comment!
Please enter your name here