ଯୁବ ସାମ୍ବାଦିକ ତଥା ସମାଜସେବୀଙ୍କ କରୋନା ସଚେତନତା

0
635

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ କିଶୋର ମହାରଣା) : ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦିଲ୍ଲୀ ଠୁ ପଲ୍ଲୀ ଯାଏଁ ସମସ୍ତେ ନିଜ ନିଜ ସ୍ତରରେ ଲାଗିପଡିଛନ୍ତି l ସରକାର, ପ୍ରଶାସନ, ସ୍ୱାସ୍ଥ୍ୟ କର୍ମଚାରୀ, ପୁଲିସ, ମିଡ଼ିଆ ନିଜ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସଚେତନ କରୁଛନ୍ତି l ଗତକାଲି କେନ୍ଦ୍ର ସରକାର ଏବଂ ଆଜି ରାଜ୍ୟ ସରକାର ଜନତାଙ୍କ ପାଇଁ ଆର୍ଥିକ ପେକେଜ ଘୋଷଣା କରି ସାମୟିକ ଭାବେ ଲୋକଙ୍କୁ ଆସ୍ୱସ୍ଥି ପ୍ରଦାନ କରିଥିବା ବେଳେ ଲକ ଡାଉନ ଯୋଗୁଁ ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକ ହେଉ କିମ୍ବା ସଡ଼କରେ ଜୀବନଯାପନ କରୁଥିବା ଵ୍ୟକ୍ତିମାନଙ୍କ ପାଇଁ ବିଭିନ୍ନ ସଂଗଠନ ତରଫରୁ ରନ୍ଧନ ଖାଦ୍ୟର ବ୍ୟବସ୍ଥା କରାଯାଉଛି l ଏହା ବ୍ୟତୀତ ବହୁ ବଦାନ୍ୟତା ଵ୍ୟକ୍ତିମାନେ ସରକାରଙ୍କୁ ଅର୍ଥଦାନ ବି କରୁଛନ୍ତି l କରୋନା ମୁକାବିଲା ପାଇଁ ଯିଏ ଯା ସ୍ତରରେ ସାହାଯ୍ୟର ହାତ ବଢା଼ଉଥିବାବେଳେ ଏହି ଧାରାରେ ଯୋଗଦେଇଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଜଣେ ଯୁବ ସାମ୍ବାଦିକ ତଥା ସମାଜସେବୀ l ମିଡ଼ିଆ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଥିବା ପବିତ୍ର କୁମାର ରାଉତ ବେଗୁନିଆପଡା ଅଞ୍ଚଳରେ ଗତ କିଛିଦିନ ହେଲା ନିଜସ୍ୱ ଉଦ୍ୟମରେ ଲୋକଙ୍କୁ ମାସ୍କ ବାଣ୍ଟି ସ୍ୱଚ୍ଛଳ ଵ୍ୟକ୍ତି ମାନଙ୍କୁ ଆହ୍ୱାନ କରିଛନ୍ତି l ସମାଜରେ ଧନୀକ ଶ୍ରେଣୀର ଲୋକମାନେ ଏହି ଘଡ଼ିସନ୍ଧି ମୁହୁର୍ତରେ ଆଗକୁ ଆସିବା ଉଚିତ ବୋଲି ଯୁବ ସାମ୍ବାଦିକ ଶ୍ରୀ ରାଉତ ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here