ଛାତ ପାରାପିଟରୁ ଖସିପଡି ଯୁବତୀ ଗୁରୁତର

0
314

ବୁଗୁଡ଼ା(ଅନିଲ କୁମାର ମହାରଣା) ଛାତରୁ ପଡି ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବୁଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆଜି ମଧ୍ୟାହ୍ନ ରେ ବୁଗୁଡ଼ା ସିମାଞ୍ଚଳ ମାର୍ଗ ନିକଟସ୍ଥ ସାହିରେ ଏହି ଘଟଣା ଘଟିଛି। ଗତ ଶିକ୍ଷା ବର୍ଷରେ +୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ +୩ ପଢିବା ପାଇଁ ପ୍ରସ୍ତୁତ ଥିବା ଦୀପାଲୀ ପ୍ରଧାନ ଘରର ଦୁଇମହଲା ଛାତର ପାରାପିଟ୍ରେ ବସିଥିଲେ। ଅସବାଧନତା ବଶତଃ ସେ ହଠାତ୍ ପାରାପିଟ୍ରୁ ତଳକୁ ପଡ଼ିଯାଇଥିଲେ। ଯାହା ଫଳରେ ଦୀପାଲୀଙ୍କ ମୁହଁ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗି ରକ୍ତସ୍ରାବ ହେଉଥିଲା। ସାହିର କିଛି ଲୋକ ତାଙ୍କୁ ଉଦ୍ଧାର କରି ବୁଗୁଡ଼ା ଡାକ୍ତରଖାନାକୁ ନେଇଥିଲେ। ସେ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ସାର୍ଥକ ସଂକେତ ବିଶ୍ଵାଳ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here