ଭୁତ ସରସିଙ୍ଗି ଠାରେ ମେଗା ରକ୍ତଦାନ ଶିବିର

0
364

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୁତ ସରସିଙ୍ଗି ଉଚ୍ଚ ବିଦ୍ୟାଳୟ ଠାରେ ଜୀବନ ବିନ୍ଦୁ ଓ ଓଡିଶା ମୋ ପରିବାର ତରଫରୁ ଶୁକ୍ରବାର ଦିନ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି   ।ଏହି ଶିବିରରେ 3.30 ସୁଦ୍ଧା 330  ଜଣ ରକ୍ତଦାନ କରିଥିବା ବେଳେ ଏହି ଶିବିରକୁ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଦାନ ଉଦଘାଟନ କରିଥିଲେ।  ଏହି ଶିବିରରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ମୋ ପରିବାର ଜୀବନ ବିନ୍ଦୁ ସଂଯୋଜକ ତଥା ବିଜେଡି ରାଜ୍ୟ ସମ୍ପାଦକ ସୁବାଷ ମହାରଣା, ସଂଘମିତ୍ରା ଦଳେଇ, ଜିଲ୍ଲା ସମ୍ପାଦକ ଜଗନ୍ନାଥ ସାବତଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ l ଏହି ଶିବିର ନିର୍ମଳ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା l 

LEAVE A REPLY

Please enter your comment!
Please enter your name here