ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ହିଞ୍ଜିଳିକାଟୁର ତ୍ରିରଙ୍ଗା ଯୁବ ସଂଘ

0
721

ହିଂଜିଳି,୦୭/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ):ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ଘଟିଛି । ଆଜି ସନ୍ଧ୍ୟା ୬ଘଣ୍ଟା ସମୟରେ ହିଞ୍ଜିଳିକାଟୁର ଅସ୍ଥାୟୀ ବସଷ୍ଟାଣ୍ଡ ତଥା ମିନି ଷ୍ଟାଡ଼ିୟମରେ ତ୍ରିରଙ୍ଗା ଯୁବ ସଂଘ ଓ ଡ଼ିସକଭର ହିଞ୍ଜିଳିକାଟୁ ପକ୍ଷରୁ ସୁଷମାଙ୍କ ଅକାଳ ବିୟୋଗ ପାଇଁ ସଦସ୍ୟମାନେ ଛିଡା ହୋଇ ୨ମିନଟ ନିରବ ପ୍ରାର୍ଥନା କରିଥିଲେ l ଉପସ୍ଥିତ ଥିବା ସମସ୍ତ ସଦସ୍ୟମାନେ କ୍ୟାଣ୍ଡଲ ଓ ଦୀପଦାନ କରିଥିଲେ l ଶେଷରେ ଗଭୀର ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସୁଷମାଙ୍କୁ ସମ୍ମାନ ଜଣାଇଥିଲେ l ଏହି କାଯ୍ୟକ୍ରମରେ ସ୍ଥାନୀୟ ବିଜେପି ନେତା ଦେବାନନ୍ଦ ମହାପାତ୍ର, ମାଧବ ଗୌଡ଼, ରଞ୍ଜନ ସାହୁ , ପ୍ରଭାତ ମହାରଣା , ଶିବା ପାତ୍ର, ପ୍ରଭୁଦୂତ ପାତ୍ର, ନୀଳlଞ୍ଚଳ ମୁନୀ, ବିଶ୍ୱନାଥ ପୃଷ୍ଟି, ସରୋଜ ପାତ୍ର, ଶରତ ସାବତ, ହର ପ୍ରସାଦ ସ୍ୱାଇଁ, କିସାନ ପାତ୍ର, ସଞ୍ଜୟ ପଣ୍ଡା, ସନ୍ୟାସୀ ପୃଷ୍ଟି ଆଦି ଉପସ୍ଥିତ ରହି ଶୋକ ପ୍ରକାଶ କରି ଦିବଂଗତ ନେତାଙ୍କୁ ଓ ତାଙ୍କ ଆଦର୍ଶକୁ ସ୍ମରଣ କରିଥିଲେ।

LEAVE A REPLY

Please enter your comment!
Please enter your name here