ସମାରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

0
701

ପୁରୁଷୋତ୍ତମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ପୁରୁଷୋତ୍ତମପୁର ବ୍ଲକ ସମା ଗ୍ରାମ ପଂଚାୟତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ସମା,ଖତାଡ଼ି ,ବରପଲ୍ଲୀ,କୁସପଟା,ସିଂଗିପୁର ଗାଁ କଲ୍ୟାଣ ସମିତି ସମସ୍ତ ଆନୁକୂଲ୍ୟରେ ସାମୁହିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ,ଜନସ୍ୱାସ୍ଥ୍ୟ,ସଚେତନତା (ଡେଙ୍ଗୁ,ମ୍ୟାଲେରିଆ ଓ ଡାଇରିଆ) ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ଚିକିସ୍ତ୍ରାଧିକାରୀ ଶ୍ରୀଯୁକ୍ତ ଡା.ବିଜୟ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ ଘାଟନ କରିଥିଲେ | ଡ଼ି.ଆର.ଡ଼ି.ଏ ଛତ୍ରପୁର,ଉପାଧ୍ୟାକ୍ଷା ଶ୍ରୀମତୀ ସ୍ନେହଲତା ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ,ସମା ଗ୍ରାମ ପଂଚାୟତ ସରପଂଚ ଶ୍ରୀମତୀ ନୀଳିମା ବିଶୋଇ ସଭାପତିତ୍ୱ କରିଥିଲେ | ସମା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଚିକିସ୍ତ୍ରା ଅଧିକାରୀ ଡା.ରବିନ୍ଦ୍ରନାଥ ଗନ୍ତାୟତ ସଭା ପରିଚାଳନା କରିଥିଲେ | ଉକ୍ତ ସଭାରେ ଏ.ଡ଼ି.ପି.ଏଚ ( ଡ଼ିଜିଜ ସର୍ଭିଲେନସଁ) ଡା.ଅବନୀ କୁମାର ପାତ୍ର, ଭାଟକୁମାରଡା ସି.ଏଚ.ସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବି .କ୍ରୀସ୍ମା ପୁରୁଷୋତ୍ତମପୁର ବ୍ଲକ ସିଡ଼ିପିଓ ସବିତା ଚ୍ୟାଉ ପଟ୍ଟନାୟିକ ଓ ସୁପରଭାଈଜର ମଧୁଲିକା ପାତ୍ର,ଜିଲ୍ଲା ଗାଁ କଲ୍ୟାଣ ସମିତି ସହାପରିଚାଳିକା ସଞ୍ଜୟ ପରିଡା,ଜିଲ୍ଲା ଆଶା ସେହପରିଚାଳିକା ଆଶିଷ ମିଶ୍ର,ପି.ଏଚ,ଇ ଓ ନମିତା ପାତ୍ର,ସ୍ୱାସ୍ଥ୍ୟ ସୁପରଭାଇଜର ପ୍ରବୀର ପାତ୍ର ଓ ସମା ଗ୍ରାମ ସମିତି ସଭ୍ୟ ମନୋଜ ଭୂୟାଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ |ମହିଳା ସ୍ୱାସ୍ଥ୍ୟକର୍ମୀ ଅଳକା ରାଣୀ ମିଶ୍ର,ବିଜୟଲକ୍ଷ୍ମୀ ସାହୁ,ମନ୍ଦାକିନୀ ଦେବତା,ବନିତା ବେହେରା ଏବଂ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଏସ.ସଞ୍ଜୟ ରେଡ୍ଡୀ ଓ ଶୁକଦେବ ନାୟକ ପ୍ରମୁଖ ଉକ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ |
ସମସ୍ତ ଆଶାକର୍ମୀ,ଆଙ୍ଗନବାଡୀ କର୍ମୀ,ବିଜୁ ଯୁବ ବାହିନୀ,ସ୍ୱୟଂ ସହାୟିକା ମହିଳା ସଙ୍ଘ,ଗର୍ଭବତୀ ଓ ପ୍ରସୂତି ମହିଳାମାନେ ସଭାରେ ଉପସ୍ତିଥ ଥିଲେ |

LEAVE A REPLY

Please enter your comment!
Please enter your name here