ବ୍ରହ୍ମପୁର: ଲଗାଣ ବର୍ଷା ପରେ ସହରର ସ୍ଥିତି ପରଖିଲେ ବିଧାୟକ ବିକ୍ରମ ପଣ୍ଡା।

0
897

ବ୍ରହ୍ମପୁର,୦୭/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଅସରାଏ ବର୍ଷା ହେଲେ ରେଶମ ସହର ବ୍ରହ୍ମପୁର ସହର ବେହାଲ ହୋଇପଡେ। ଏହି ସ୍ଥିତି ବର୍ଷ ବର୍ଷର। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କାହାକୁ ଯେମିତି ନିଘା ନାହିଁ। ସହରର ତଳି ଅଂଚଳରେ ଲୋକଙ୍କୁ ବର୍ଷା ଆସିଲେ ନୁହଁ ବରଂ ମେଘ ଦେଖିଲେ ଭୟ ଲାଗେ। ସହରର ଗାନ୍ଧିନଗର ଓ ଗଜପତି ନଗର ହେଉଛି ପ୍ରମୁଖ ଜନବସତି କହିଲେ ଅତ୍ୟୁକ୍ତି ହେବନି।

ତେବେ ବର୍ଷା ଦିନରେ ଏହି ଉଭୟ ଅଂଚଳର କଥା ନକହିବା ଭଲ। ଗଜପତିନଗରରେ ପୂର୍ବରୁ ଅର୍ଥାତ ୧୯୯୯ମସିହାରେ ଓ ତାପରେ ମଧ୍ୟ ଡଙ୍ଗା ଚାଲିବାର ନଜିର ମଧ୍ୟ ରହିଛି। ହେଲେ ଦୀର୍ଘ୨୦ବର୍ଷ ପରେ ମଧ୍ୟ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନି।

ଏବେ ପୁଣି ଗତ ଦୁଇଦିନ ଧରି ଚାଲିଛି ଲଗାଣ ବର୍ଷା। ପୁଣି ସହରର ବିଭିନ୍ନ ତଳି ଅଞ୍ଚଳ ସମେତ ଉଭୟ ଗଜପତିନଗର ଓ ଗାନ୍ଧିନଗରରେ ବର୍ଷା ଜଳରେ ବନ୍ଦୀ ହୋଇଛନ୍ତି ଅଞ୍ଚଳବାସୀ। ଆଉ ସ୍ଥିତି ପରଖିଛନ୍ତି ନିଜେ ବ୍ରହ୍ମପୁରର ନବ ନିର୍ବାଚିତ ବିଧାୟକ ବିକ୍ରମ କୁମାର ପଣ୍ଡା। ଅସନ୍ତୋଷ ବ୍ୟକ୍ତ କରିବା ସହ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆସନ୍ତା ୯ତାରିଖରେ ହେବାକୁ ଥିବା ବି ଡି ଏ ବୈଠକରେ ଏପରିକି ଆଗାମୀ ବିଧାନସଭାରେ ଏନେଇ ଆଲୋଚନା କରିବେ ବୋଲି ଅଂଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here