ଗଂଜାମ ଜିଲ୍ଲା ଡିଲର ଆସୋସିଏସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

0
178

ଛତ୍ରପୁର: କାର୍ଯ୍ୟରତ ରିଟେଲରମାନଙ୍କୁ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ବଣ୍ଟନ ବାବଦ କୁ ବକେୟା ରହିଥିବା ଅଠେଇଶ ମଙ୍କସର ପାରିଶ୍ରମିକ , ଇ-ପାସ ମେସିନର ବ୍ୟବହାରିକ ଖର୍ଚ୍ଚ, ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ବାବଦକୁ ଖର୍ଚ୍ଚ, ଫେରସ୍ତ ଅଖାର ମୂଲ୍ୟ ତତ୍କକାଳୀନ ପ୍ରଦାନ କରିବା, ଆଗାମୀ ଦିନରେ ସାମଗ୍ରୀ ବଣ୍ଟନ ବାବଦକୁ ସମସ୍ତ ପାରିଶ୍ରମିକ ବକେୟା ନ ରଖି ସାମଗ୍ରୀ ବଣ୍ଟନ ସମାପ୍ତିର ପାଞ୍ଚ ଦିନ ମଧ୍ୟରେ ଏକ କାଳୀନ ପାରିଶ୍ରମିକ ଅର୍ଥ ପ୍ରଦାନ କରିବା, ଆମର ପାରିଶ୍ରମିକ ରାଶି ବୃଦ୍ଧି କରିବା ସଙ୍ଗେ ସାମଗ୍ରୀ ପହଞ୍ଚାବା ଠାରୁ ଆରମ୍ଭ କରି ବଣ୍ଟନ ପର୍ଯ୍ୟନ୍ତ ହେଉଥିବା ନିଅଣ୍ଟ ବାବଦ କୁ କୁଇଣ୍ଟାଲ ପିଛା ୧ କି.ଗ୍ରା ଖାଉଟି ସାମଗ୍ରୀ ଭରଣା କରାଯାଉ, ମୃତ୍ୟୁବରଣ କରିଥିବା ରିଟେଲର ମାନଙ୍କ ଉତ୍ତରାଧିକାରୀଙ୍କୁ ପୁନଃ ନିଯୁକ୍ତି କରିବା ସଙ୍ଗେ ସଙ୍ଗେ ଖୁଚୁରା ବିକ୍ରେତା ମାନଙ୍କୁ ଦୋକାନ ଗୃହ ଭଡା, ବିଦ୍ୟୁତ୍ ଖର୍ଚ୍ଚ , ବଣ୍ଟନରେ ସହଯୋଗ ସହାୟକ/ ସହାୟିକାମାନଙ୍କୁ ସହ ଯୋଗ ରାଶି ପ୍ରଦାନର ବ୍ୟବସ୍ଥା କରିବା, କାର୍ଯ୍ୟରତ ଖୁଚୁରା ବିକ୍ରେତା ମାନଙ୍କ ଜୀବନ ସୁରକ୍ଷା ନିମନ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପ୍ରଦାନ କରିବା ସହ ୨୫ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିବା ସମେତ ଅନ୍ୟାନ୍ୟ ଦାବୀ ନେଇ ବୁଧବାର ଗଂଜାମ ଜିଲ୍ଲା ଡିଲର ଆସୋସିଏସନ ପକ୍ଷରୁ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିବା ସହିତ ଏକ ଲିଖିତ ସ୍ମାରକ ପତ୍ର ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଲୀନା କୁମାରୀ ଖେସ୍ ପ୍ରଦାନ କରାଯାଇଛି । ଏହି ସ୍ମାରକ ପତ୍ର ଏବଂ ଧାରଣା ସ୍ଥଳରେବ ଗଂଜାମ ଜିଲ୍ଲା ଡିଲର ଆସୋସିଏସନର ସଭାପତି ଇଶ୍ୱର ମହାନ୍ତି , ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ପଟ୍ଟନାୟକ, ଉପସଭାପତି ଏସ. ତ୍ରିନାଥ ରେଡ୍ଡୀ ଓ ରୁଦ୍ର ପ୍ରସାଦ ସିଂ ଦେବ , କୋଷାଧ୍ୟକ୍ଷ ବି. ପ୍ରକାଶ ଚନ୍ଦ୍ର ପାତ୍ର, ବ୍ରଜବନ୍ଧୁ ପଣ୍ଡା , ମନୋରଂଜନ ବେହେରା, ମୁନା ପଟ୍ଟନାୟକ, ଚକ୍ରଧର ପାଣିଗ୍ରାହୀ , ରବିନ୍ଦ୍ର ନାଥ ସେଠୀ , ଏ .ମନୋଜ କୁମାର ପାତ୍ର, ସୁଦୀପ୍ତ ମୋହନ ପଟ୍ଟନାୟକ, ଜୟରାମ ବାରିକ , କାଳୁ ଚରଣ ବେହେରା, ସନ୍ତୋଷ ଗୈାଡ, କମଳ ଲୋଚନ , କେ.ନରସିଂହ ମୃର୍ତ୍ତୀ , ପୀତବାସ ପଟ୍ଟନାୟକ , ହରିବାବୁ ଙ୍କସମେତ ଜିଲ୍ଲାର ୧୫ଟି ସହରାଞ୍ଚଳ ଏବଂ ବ୍ରହ୍ମପୁର ମହାନଗର ନୀଗମର ସମସ୍ତ ଡିଲର ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here