ସାମ୍ବାଦିକ ପ୍ରିୟଦର୍ଶୀଙ୍କ ନାମରେ ରାସ୍ତା ନାମକରଣ ପାଇଁ ଦାବୀ

0
294

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ହିଂଜିଲିକାଟୁ ପୋୖରାଞ୍ଚଳର କୌଣସି ଏକ ରାସ୍ତାକୁ ହିଞ୍ଜିଳିକାଟୁ ଅଞ୍ଚଳର ବରିଷ୍ଠ ଏବଂ ଲୋକପ୍ରିୟ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ନାମରେ ନାମିତ କରିବା ପାଇଁ ଦାବି ହୋଇଛି। ଆଜି ଏନେଇ ଅଞ୍ଚଳର ସାମ୍ବାଦିକ ମାନେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି। ପ୍ରକାଶ ଥାଉକି ସ୍ବର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକ ନିଜ ଜୀବନକାଳରେ ବହୁ ଅସହାୟ ବ୍ୟକ୍ତିଙ୍କୁ ସହଯୋଗ କରି ସମଗ୍ର ଅଞ୍ଚଳବାସୀଙ୍କ ପ୍ରିୟଭାଜନ ହୋଇପାରିଥିଲେ। ସେ ଅବିବାହିତ ରହି ନିଜ ସମ୍ପୂର୍ଣ୍ଣ ଜୀବନ ସାମ୍ବାଦିକତା ଜରିଆରେ ସମାଜ କଲ୍ୟାଣ ପାଇଁ ବିତାଇ ଦେଇଥିଲେ। ତେଣୁ ଏହା ତାଙ୍କ ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଶ୍ରେଷ୍ଠ ଏବଂ ଶେଷ ଶ୍ରଦ୍ଧାଞ୍ଜଳି ସ୍ୱରୂପ ହେବ ବୋଲି ପୌରାଞ୍ଚଳବାସୀ ଅନୁଭବ କରୁଛନ୍ତି। ବରିଷ୍ଠ ସାମ୍ବାଦିକ ଦ୍ବିତୀକୃଷ୍ଣ ପଣ୍ଡା, ବସନ୍ତ କୁମାର ପଟ୍ଟନାୟକ, ବିଭୁ ପ୍ରସାଦ ପଣ୍ଡା, ବିଶ୍ବମ୍ବର ସାହୁ, ଦ୍ବିତୀକୃଷ୍ଣ ସାବତ, ସୀମାଞ୍ଚଳ ନାହାକ ଏବଂ ଆକାଶ ପଟ୍ଟନାୟକ ପ୍ରମୂଖ ଆଜିର ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଖୁବଶୀଘ୍ର ଏନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ସାହୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here