କୋଭିଡ ହସପିଟାଲ ରେ ରୋଗୀଙ୍କ ମୃତ୍ୟକୁ ନେଇ ଉତ୍ତେଜନା ସୃଷ୍ଟି

0
288

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ରାଜ ସୀତାପୁର ନିକଟରେ ଥିବା କୋଭିଡ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରୋଗୀଙ୍କ ମୃତ୍ୟୁକୁ କେନ୍ଦ୍ର କରି ଉତ୍ତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି, ଫଳରେ ଗୁମ୍ମା ବ୍ଲକ ବୃଷଭ ପଞ୍ଚାୟତ ଅନ୍ତର୍ଗତ ଆଲମାଇଡା ଗ୍ରାମବାସୀଙ୍କ ଦ୍ବାରା କୋଭିଡ ହସ୍ପିଟାଲକୁ ଘେରାଉ କରିବା ଦେଖିବାକୁ ମିଳିଛି । ଏଠାରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ରୋଗୀଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ମାନେ ରାଜ ସୀତାପୁର ହସ୍ପିଟାଲ ସମ୍ମୁଖରେ ପ୍ରତିବାଦ କରିଛନ୍ତି ।ଏହିପରିକି କୋଭିଡ ହସ୍ପିଟାଲ ଫାଟକ ନିକଟରେ ଯୋର ଜବରଦସ୍ତ ଠେଲି ଭିତରକୁ ଯିବା ପାଇଁ ଉଦ୍ୟମ କରିଥିବା ବେଳେ ଖବର ପାଇ ହସ୍ପିଟାଲର ଦାଇତ୍ୱ ରେ ଥିବା ଭାରପ୍ରାପ୍ତ ଜରୁରୀକାଳୀନ ଅଧିକାରୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା ସ୍ତଳରେ ପହଞ୍ଚାଇଥିଲ ଏଠାରେ ଉତ୍ତେଜନା ସୃଷ୍ଟି କରୁଥିବା ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିବା ବେଳେ ସେଠାରେ ଆକ୍ରୋଶର ଶିକାର ହେବାର ପରିସ୍ଥିତି ସୃଷ୍ଟି ହୋଇଥିଲା ।ଏହିପରିକି ଉତ୍ଯକ୍ତ ଲୋକମାନେ ତାଙ୍କୁ ମଧ୍ୟ ଠେଲାପେଲା କରିବାକୁ ପଛାଇ ନଥିଲେ । ଘଟଣା ସ୍ଥଳରେ ସେହି ହସ୍ପିଟାଲର ଜଣେ ଡାକ୍ତରଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲେ । ତାଙ୍କର ସ୍ବର ଥିଲା ଯେତେବେଳେ ପର୍ଯ୍ୟନ୍ତ ମୃତ ଶବକୁ ନଦେଖିବା ପର୍ଯ୍ୟନ୍ତ ରାଜ ସୀତାପୁର ହସ୍ପିଟାଲ ସମ୍ମୁଖରୁ ହଟିବେ ନାହିଁ ବୋଲି ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ନିଜ ଜିଦ୍ ରେ ଅଟଳ ରହିଥିବା ଦେଖିବାକୁ ମିଳିଥିଲା ।ଆଜିର ଉତ୍ତେଜନା ଖବର ପାଇବା କ୍ଷଣି ପାରଳାଖେମୁଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here