କରୋନାରୁ ମୁକ୍ତି ପାଇଁ ଷଣ୍ଡର ବାହାଘର

0
331

ଆସ୍କା(ଜଗନ ପଣ୍ଡା) ବିଶ୍ୱାସ ନା ଅନ୍ଧ ବିଶ୍ୱାସ l କରୋନାରୁ ମୁକ୍ତି ପାଇଁ, ଚାଲିଛି ଷଣ୍ଡର ବାହାଘର l ଏମିତି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ନିକଟରେ l ପତାଞ୍ଜଳି ଯୋଗ ସମିତିର ସମସ୍ତ ସଦସ୍ୟ ମାନଙ୍କ ଦ୍ୱାରା କରୋନାରୁ ମୁକ୍ତି ପାଇଁ ଏଭଳି ଏକ ନିଆରା ଷଣ୍ଡ ବାହାଘରର ଆୟୋଜନ କରା ଯାଇଥିବା ବେଳେ l ସମ୍ପୂର୍ଣ୍ଣ ବୈଦିକ ରୀତି ନୀତି ପରମ୍ପରା ଅନୁସାରେ ମୁକ୍ତିମଣ୍ଡପର ବ୍ରାହ୍ମଣ ମାନଙ୍କ ଦ୍ୱାରା ଏହି ବାହାଘର ସମ୍ପର୍ଣ ହୋଇଛି l ବାହାଘର ବେଳେ ଗୋଟିଏ ଷଣ୍ଡକୁ ବରର ରୂପରେ ଏବଂ ଗୋଟିଏ ଗାଈକୁ କନ୍ୟାର ରୂପ ସଜେଇ ସେମାନଙ୍କ ବିବାହ କରାଯାଇଥିଲା l ଏଭଳି ଏକ ନିଆରା ବାହାଘରରେ ଉପସ୍ଥିତ ବରକନ୍ୟା ମାନଙ୍କ ପାଇଁ ଭୋଜିଭାତ ଏବଂ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here