ଆହତ ଗାଈର ଚିକିତ୍ସା କଲେ ପଶୁପ୍ରେମୀ

0
274

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ଗାଈ ମାଲିକମାନଙ୍କୁ ଯେତେ ସଚେତନତା କଲେ ମଧ୍ୟ ଗାଈ ମାଲିକମାନେ ଗଟେ କାନରେ ଶୁଣି ଅନ୍ୟ ଏକ କାନରେ ଛାଡ଼ି ଦିଅନ୍ତି । ଯାହା ଫଳରେ କେତେବେଳେ ଗାଈ ତ ଆଉ କେତେବେଳେ ବାଇକ ଚାଳକ ଦୁର୍ଘଟଣାରେ ଶିକାର ହେଉଛନ୍ତି । ସହରର ସମସ୍ୟା ମଧ୍ୟରେ ରାସ୍ତାରେ ବୁଲୁଥିବା ବୁଲା ଗାଈଗୋରୁଙ୍କ ସମସ୍ୟା ସବୁଠାରୁ ଅଧିକ । ଏହାକୁ ନେଇ ଜନସାଧାଣରେ ଚର୍ଚ୍ଚା ଜୋର । ଆଜି ସନ୍ଧ୍ୟା ବ୍ରହ୍ମପୁର କମାପଲ୍ଲୀ ନନ୍ଦିଘୋଷ ଆପାର୍ଟମେଣ୍ଟର ସମ୍ମୁଖରେ ଏକ ଗାଈ ଅଜଣା ଗାଡ଼ି ଧକ୍କାରେ ରକ୍ତ ଜଡୁବୁଡୁ ଅବସ୍ଥାରେ ପଡ଼ି ରହିଥିବା ବେଳେ ଏ ସଂକ୍ରାନ୍ତରେ ଖବର ପାଇ ସାମ୍ବାଦିକ ତଥା ପଶୁ ପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ଏହାର ଚିକିତ୍ସା ବ୍ୟବସ୍ଥା କରିଥିଲେ । ସେ ପଶୁ ଚିକିତ୍ସାଳୟର ଦୃଷ୍ଟି ଆକର୍ଷଣ କରିବା ପରେ ପଶୁ ଡକ୍ଟର ସୈାମିକ ସ୍ୱାଇଁ ଏବଂ ତାଙ୍କ ସହଯୋଗୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଗାଈଟିର ଚିକିତ୍ସା କରିଥିଲେ । ଏହି ମହତ୍ କାର୍ଯ୍ୟରେ ସ୍ବେଚ୍ଛାସେବୀ ଶ୍ରୀ ଚୌଧୁରୀଙ୍କ ସହ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ସହଯୋଗ କରିଥିଲେ । ଏଭଳି କାର୍ଯ୍ୟକୁ ସାଧାରଣରେ ଉଛ ପ୍ରଶଂସା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here