ଉଦ୍ୟାନ ସମ୍ପ୍ରସାରଣ କର୍ମୀଙ୍କୁ ଦକ୍ଷତା ସମ୍ମାନ

0
495

ଭଞ୍ଜନଗର(ନିଲୁ ବିଷୋୟୀ) ରାଜ୍ୟ ସରକାରଙ୍କ ୫ଟି ଅଧୀନରେ ଥିବା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରେ କାଯ୍ୟରତ କୃଷି କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଆରମ୍ଭ କରିଥିବା ଦକ୍ଷତା ବିକାଶ ଯୋଜନା ମାଧ୍ୟମରେ ଭଞ୍ଜନଗର ବ୍ଳକ ଉଦ୍ୟାନ ସମ୍ପ୍ରସାରଣ କର୍ମୀ ପଙ୍କଜ ଲୋଚନ ପ୍ରଧାନ ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରସିଂ ଯୋଗେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରମାଣ ପତ୍ର ଦେଇ ସମ୍ମାନିତ କରିଛନ୍ତି । ପ୍ରକାଶ ଯେ ଦକ୍ଷତା ବିକାଶ ଓଡ଼ିଶା ସରକାରଙ୍କ ଏକ ଅଭିନବ ପ୍ରୟାସ । ୫ଟି ଅଧୀନରେ ଦକ୍ଷତା ମାଧ୍ୟମରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ସର୍ବଶ୍ରେଷ୍ଠ କର୍ମଚାରୀ ଚୟନ କରାଯାଇଥାଏ। ଭଞ୍ଜନଗର ବ୍ଳକର ଉଦ୍ୟାନ ସମ୍ପ୍ରସାରଣ କର୍ମୀ ପଙ୍କଜ ଲୋଚନ ପ୍ରଧାନଙ୍କୁ ରାଜ୍ୟରେ ସର୍ବଶ୍ରେଷ୍ଠ ଉଦ୍ୟାନ ସମ୍ପ୍ରସାରଣକର୍ମୀ ଭାବେ ବିବେଚିତ କରାଯାଇ ଗତ ୧୩ ତାରିଖରେ ଗଂଜାମ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ

LEAVE A REPLY

Please enter your comment!
Please enter your name here