ଏଣିକି ବ୍ଲକସ୍ତରରେ ବିଡିଓ ମାନେ ସମସ୍ତ ବିଭାଗ ର ଉନ୍ନୟନ କାର୍ଯ୍ୟକୁ ପରିଚାଳନା କରିବେ

0
459

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ଏଣିକି ପ୍ରତି ବ୍ଲକରେ ହେଉଥିବା ସମସ୍ତ ଲାଇନ ବିଭାଗ ର ଉନ୍ନୟନ କାର୍ଯ୍ୟ ଗୁଡିକର ଭିତ୍ତି ସଂରଚନା ଉନ୍ନୟନ କମିଟି ଗଠନ କରାଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ । ବ୍ଲକସ୍ତରରେ ଦେଖାଯାଉଥିବା ସମସ୍ୟା ଗୁଡିକ ବିଡିଓ ଙ୍କ ସ୍ତରରେ ସମାଧାନ ହେବ । ବ୍ଲକ ସ୍ତରରେ ଯଦି ସମସ୍ୟାର ସମାଧାନ ହୋଇପାରୁନାହିଁ ତେବେ ଜିଲ୍ଲାସ୍ତରରେ ସେଗୁଡିକ ସମାଧାନ କରାଯିବ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଅନୁଷ୍ଠିତ ଭିଡିଓ କନଭେରନ୍ସିଂରେ ଜଣାଇଛନ୍ତି । ବୈଠକରେ କୋଭିଡ-୧୯ ପରିଚାଳନା, ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ଭାଗ କାର୍ଯ୍ୟ, ମୋ ୱାର୍ଡ , ଅଙ୍ଗନବାଡି କେନ୍ଦ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ ଓ ବିଦ୍ୟାଲୟ ଗୁଡିକର ସଫେଇ କାର୍ଯ୍ୟ , ଅଙ୍ଗନବାଡି ଶିଶୁ ମାନଙ୍କୁ ପୋଷାକ ବଣ୍ଟନ ଇତ୍ୟାଦି ସଂପର୍କରେ ଆଲୋଚନା ହୋଇଯାଇଛି ।
ସମସ୍ତ ଦୋକାନ ଗୁଡିକରେ ପଞ୍ଚସୂତ୍ରୀ ନିୟମ ପାଳନ, ସାମାଜିକ ଦୂରତା ଓ ଧରପଗଡ ଦିଗରେ କଡାକଡି କରିବାକୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ସ୍ଥାନୀୟ ଲୋକଙ୍କ ଦ୍ୱାରା ସଂକ୍ରମଣର ଆଶା କ୍ଷୀଣ କିନ୍ତୁ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ହେତୁ ଉତ୍ସବ ଦ୍ୱାରା ଯେମିତି ସଂକ୍ରମଣ ବ୍ୟାପିବ ନାହିଁ ସେଥିପ୍ରତି ନଜର ରଖିବାକୁ କୁହାଯାଇଛି । ସ୍ଥାନେ ସ୍ଥାନେ ଜଣେ କିମ୍ବା ଦୁଇଜଣ ସଂକ୍ରମିତ ବ୍ୟକ୍ତି ବାହାରୁଛନ୍ତି । ସେମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ।
ଜିଲ୍ଲାରେ ଜଣେ ମଧ୍ୟ ଶିଶୁ ଶ୍ରମିକ ରହିବେ ନାହିଁ ତାହା ସିନିଶ୍ଚିତ କରାନ୍ତୁ । କାମ ହେଉଥିବା ସ୍ଥାନରେ ଶ୍ରମିକ ମାନଙ୍କ ଅଧାର କାର୍ଡ ଯାଞ୍ଚ କରି ୧୪ବର୍ଷରୁ କମ୍ ପିଲା ଯେମିତି କାମ କରିବେ ନାହିଁ ତାହା ତଦାରଖ କରନ୍ତୁ । କାମବେଳେ କୋଭିଡ ନିୟମ ପାଳନ ହେଉଛି କି ନାହିଁ ତାହା ଶ୍ରମ ବିଭାଗର ଅଧିକାରୀ ମାନେ ଯାଞ୍ଚ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ମୋଗେହ୍ଲା ଝିଅ , ନିର୍ଭୟ କଢି କାର୍ଯ୍ୟକ୍ରମ ଅନୁସାରେ ବାଲ୍ୟବିବାହ ରୋକିବା ନେଇ ପ୍ରଚଳିତ ନୀତି ନିୟମର ଯାଞ୍ଚ କରାଯାଉ । ନରେଗାରେ ସ୍ୱଚ୍ଛ ଭାରତ , ଗାଁ ଯେମିତି ସଫାସୁତରା ରହିବ ତାହାର ପରିଚାଳନା ଦେଖନ୍ତୁ । ଗାଁର ପରିମଳ ଓ ସଫା ସୁତରା ନଥିଲେ ସଂପୃକ୍ତ ଅଧିକାରୀଙ୍କୁ ଦାୟୀ କରାଯିବ । ନାଳ ନର୍ଦ୍ଦମା ଉପରେ ରହିଥିବା ଅନ ଅଧିକାରୀ କୁ ହଟାଇ ତାହାର ସଫେଇ କାର୍ଯ୍ୟ ତ୍ୱରାନ୍ୱୀତ କରାଯାଉ । ମୋ ୱାର୍ଡର ସାହି କମିଟି ଗଠନ କରି ହ୍ୱାଟସ୍‌ଅପ ଗୃଫ କରି ପରିଚାଳାନ ଦିଗରେ ସମସ୍ତ ବ୍ୟବସ୍ଥା ଶୀଘ୍ର ଶେଷ କରନ୍ତୁ । ସେ ସବୁ ଠିକ୍ ପରିଚାଳନା ହେଉଛି କି ନାହିଁ ତାହାର ତଦାରଖ ନିଜେ କ୍ଷେତ୍ର ପରିଦର୍ଶନ କରି ଜିଲ୍ଲାପାଳ ଦେଖିବେ ବୋଲି କହିଥିଲେ ।
ବିଦ୍ୟାଳୟ , ଅଙ୍ଗନବାଡି କେନ୍ଦ୍ର , ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକର ସଫେଇ କାର୍ଯ୍ୟକୁ ତ୍ୱରାନ୍ୱୀତ କରାନ୍ତୁ । ବ୍ଲକ ସ୍ତରରେ ବିଡିଓ ଏବଂ ସହରାଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ତ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ଯାଞ୍ଚ କରନ୍ତୁ ।
ସମସ୍ତ ବ୍ଲକରେ ଅଭିଯୋଗ ପ୍ରକୋଷ୍ଠ ମାନ ଖୋଲି ରାସନ କାର୍ଡ, ଭତ୍ତା ଓ ଗ୍ରାମୀଣ ଗୃହ ଯୋଜନାର ଅଭିଯୋଗ ଗୁଡିକ ଶୁଣାଣୀ କରନ୍ତୁ ।
ବୈଠକରେ ବ୍ରହ୍ମପୁର ମହାନଗର ନୀଗମ କମିସନର ଡଃ. ସିଦ୍ଧେଶ୍ୱର ବଳିରାମ ବନ୍ଦାର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି , ଡିଆରଡିଏ ଏପିଡି (ପ୍ରଶାସକ) ଜ୍ୟୋତି ଶଙ୍କର ରାୟ , ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଡଃ. ଦିବ୍ୟ ଲୋଚନ ମହାନ୍ତ, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷୀତ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ , ଗଂଜାମ ଆରଟିଓ ବିକାଶ ଚୈାଧୂରୀ , ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here