ଆହାତ ମାଙ୍କଡକୁ ଉଦ୍ଧାର କରି ଚିକିତ୍ସା କରାଇଲେ ପଶୁପ୍ରେମୀ

0
274

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ବ୍ରହ୍ମପୁର ସହର ଗାନ୍ଦି ନଗର ପ୍ରଥମ ଗଳିରେ ବିଦ୍ୟୁତ ଆଘାତରେ ଛଟପଟ ହେଉଥିବା ମାଙ୍କଡକୁ ଉଦ୍ଧାର କରି ଚିକିତ୍ସିତ କରାଇଲେ ପଶୁପ୍ରେମୀ । ଗାନ୍ଧି ନଗର ୟୁ ଟିଭି ଅଫିସ ନିକଟରେ ଥିବା ଟ୍ରାନ୍ସଫରମରରେ ଲାଗି ଗୋଟିଏ ମାଙ୍କଡ ତଳେ ପଡି ଛଟପଟ ହେଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ପଶିପ୍ରେମୀ କାହ୍ନୁ ସାହୁଙ୍କୁ ଜଣାଇଥିଲେ । କାହ୍ନୁ ତାଙ୍କ ସହଯୋଗି ମନୋରଞ୍ଜନ ନାୟକ, ସ୍ୱାଧିନ ସାହୁଙ୍କ ସହିତ ପହଞ୍ଚିଥିଲେ, ଏବଂ ପଶୁ ଚିକିତ୍ସା ପାଇଁ ନିୟୋଜିତ ଥିବା ଆମ୍ବୁଲାନ୍ସ କର୍ମଚାରିଙ୍କୁ ଖବର ଦେଇଥିଲେ । ସେହି ଟ୍ରାନ୍ସଫରମର ପରିସରରୁ ମାଙ୍କଡ ଟିକୁ ବାହାରକୁ ନେଇ ପଶୁ ଚିକିତ୍ସକ ସୌମିକ ସ୍ୱାଇଁ ଏବଂ ତାଙ୍କ ସହଯୋଗିଙ୍କ ଦ୍ୱାରା ଚିକିତ୍ସା କରାଇଥିଲେ । ଏହାପରେ ମାଙ୍କଡଟିକୁ ସେହି ସାହିରେ ଥିବା ଏକ ନିର୍ମାଣାଧିନ କୋଠାରେ ଛଡାଯାଇଥିଲା ।

LEAVE A REPLY

Please enter your comment!
Please enter your name here