କରୋନା ମହାମାରୀ ରେ ଗରିବଙ୍କୁ ସହାୟତା କରୁଛନ୍ତି ଶିକ୍ଷୟତ୍ରୀ

0
324

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):କରୋନା ଭଳି ମହାମାରୀରେ ଲୋକଙ୍କ ଦୁଃଖ କହିଲେ ନ ସରେ । ତେବେ ଏଭଳି ପରିସ୍ଥିତିରେ ବହୁତ ଗରିବ ଶ୍ରେଣୀର ଲୋକେ ବହୁ ପରିମାଣରେ ପ୍ରଭାବିତ ହୋଇଛନ୍ତି । ଆଉ ଏହି ପରିସ୍ଥିତିରେ କିଛି ସ୍ବେଛାସେବୀ ଗରିବ ଗୁରୁବାଙ୍କ ଦୁଃଖ ଦୁର୍ଦ୍ଧସାକୁ ହୃଦୟଙ୍ଗମ କରି ସହାୟତାର ହାତ ବଢ଼ାଉଥିବା ଦେଖିବାକୁ ମିଳୁଛି । ତେବେ ସେହିପରି ଜଣେ ସ୍ବେଛାସେବୀ ହେଲେ ରଙ୍ଗେଇଲୁଣ୍ଡା ବ୍ଲକ ନାରାୟନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ବେହେରା । ପେସାରେ ଜଣେ ଶିକ୍ଷୟତ୍ରୀ ହେଲେ ମଧ୍ୟ ନିଶା ଗରିବଙ୍କ ସହାୟତା କରିବା । ବ୍ୟାଙ୍କ କଲୋନୀ ୮ମ ଗଳିରେ ରହୁଥିବା ଏହି ଶିକ୍ଷୟତ୍ରୀ ଆଜି ତାଙ୍କ ପିତା ଶ୍ରୀଯୁକ୍ତ ଜଗନ୍ନାଥ ଶତପଥୀ ଏବଂ ପୁଅ ଆଦିତ୍ୟ କୁମାରଙ୍କ ସହ ମିଶି ସ୍ଥାନୀୟ ନୀଳକଣ୍ଠେଶ୍ୱର ମନ୍ଦିର ନିକଟସ୍ଥ ଲେପର୍ସ କଲୋନୀ ରେ ରହୁଥିବା ଶତାଧିକ କୁଷ୍ଠ ରୋଗରେ ଆକ୍ରାନ୍ତଙ୍କ ପରିବାର ପାଖରେ ୫୦୦ କିଲୋ ଚାଉଳ ସହ ୩୦୦ କିଲୋ ହରଡ଼ ଡାଲି ନେଇ ପହଞ୍ଚିଥିଲେ । ପ୍ରତ୍ୟକ ପରିବାରକୁ ଚାଉଳ ୫ କିଲୋ ଏବଂ ଡାଲି ୩ କିଲୋ ଲେଖାଏଁ ସହାୟତା କରିଥିଲେ । ପରେ ଗୋଶାଣିନୁଆଗାଁ ବାଳା ଆଶ୍ରମ ନିକଟରେ ଥିବା ଆଉ କିଛି ଗରିବ ପରିବାରଙ୍କୁ ମଧ୍ୟ ଅନୁନ୍ୟ ପରିମାଣ ଅନିଯାଇ ଡାଲି ଏବଂ ଚାଉଳ ବଣ୍ଟନ କରିଥିଲେ । ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ମଧ୍ୟ ଏଭଳି ସହାୟତା ଦେବେ ବୋଲି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ବେହେରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here