ବ୍ରହ୍ମପୁର ସହରରେ ଟିମ କ୍ଲିନ ସିଟିର ସାମାଜିକ କାର୍ଯ୍ୟ ଜାରି

0
268

(ବ୍ରହ୍ମପୁର) ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି ପକ୍ଷରୁ ଜାରି ରହିଛି ସେବା କାର୍ଯ୍ୟ। କାରୋନା କଟକଣା ଯୋଗୁଁ ବନ୍ଦ ଥିବା ନିୟମିତ ସେବା କାର୍ଯ୍ୟକୁ ସାପ୍ତାହିକ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ରଖିଛି ସଂଗଠନ। ସହରର ବିଭିନ୍ନ ଛକରେ ଶୋଭାବର୍ଦ୍ଧନ କରୁଥିବା ମହାପୁରୁଷଙ୍କ ପ୍ରତିମୂର୍ତିର ସୁରକ୍ଷା ଦାୟିତ୍ୱ ନେଇଛି ସଂଗଠନ। ଏହି କ୍ରମରେ ଆଜି ସକାଳୁ ଟିମର ସଦସ୍ୟ ମାନେ ଏମ କେ ସି ଜି ମେଡିକାଲ ମୁଖ୍ୟ ଫାଟକ ନିକଟରେ ଏକତ୍ରିତ ହୋଇଥିଲେ। ପରେ କୋର୍ଟପେଟା ଛକକୁ ଯାଇ ସେଠାରେ ଥିବା ଲୋକସେବକ, କର୍ମବୀର ସ୍ବର୍ଗତ ଦିବାକର ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପୁଣି ବ୍ରହ୍ମପୁର ରେଳ ଷ୍ଟେସନରେ ନିକଟରେ ସ୍ଥାପନ ହୋଇଥିବା ଜାତୀୟ ପତାକା ତଳେ ସାମୁହିକ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଉଭୟ କାର୍ଯ୍ୟରେ ଟିମର ସମସ୍ତ ସଦସ୍ୟ ସକ୍ରିୟ ସାମିଲ ହୋଇଥିଲେ। ବର୍ତ୍ତମାନ ପରିସ୍ଥିତିରେ ଶୀତ ଆରମ୍ଭ ହୋଇସାରିଥିବା ଯୋଗୁଁ ରାସ୍ତାକଡରେ ଶୀତ କାକରରେ ରାତ୍ରୀ ଯାପନ କରୁଥିବା ନିରାଶ୍ରୟଙ୍କୁ ଶୀତ ବସ୍ତ୍ର ତଥା କମ୍ବଳ ବଣ୍ଟନ କରାଯିବାକୁ ସଂଗଠନ ପକ୍ଷରୁ ନିଷ୍ପତି ନିଆଯାଇଛି। ଯାହା ଆଜି ଠାରୁ ଆରମ୍ଭ ହୋଇଛି।ଟିମ କ୍ଲିନ ସିଟିର ନିରବାଛିନ୍ନ ଭାବେ ଏଭଳି ସାମାଜିକ କାର୍ଯ୍ୟକୁ ସବୁମହଳରେ ସ୍ୱାଗତ କରାଯାଇଛି।

LEAVE A REPLY

Please enter your comment!
Please enter your name here