ମନୁଷ୍ୟ ଭଳି ପଶୁଙ୍କ ପାଇଁ ମଧ୍ୟ ଜରୁରୀ ଆମ୍ବୁଲାନ୍ସ ସେବା

0
285

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ଅନେକ ସମୟରେ ଏଭଳି ବହୁ ଦୃଶ୍ୟ ଦେଖିବାକୁ ମିଳୁଛି । କୋଉଠି ଦୁର୍ଘଟଣା ଘଟି ଗାଈ ଗୋରୁଙ୍କ ମୃତ୍ୟୁ ତ ଆଉ କେଉଁଠି ଆହତ ଅବସ୍ଥାରେ ଛଟପଟ…। କିନ୍ତୁ ସେମାନଙ୍କ ସୁରକ୍ଷା ଲାଗି ନା ଅଛି ଯୋଜନା ନା ଅଛି ଉପଯୁକ୍ତ ସୁବିଧା। ପଶୁ ଆମ୍ବୁଲାନ୍ସର ଆବଶ୍ୟକତା ଥିଲେ ମଧ୍ୟ ଆମ୍ବୁଲାନ୍ସ ନାହିଁ…। ମନୁଷ୍ୟଙ୍କ ପାଇଁ ଗଣ୍ଡା ଗଣ୍ଡା ୨୪ ଘଣ୍ଟିଆ ଆମ୍ବୁଲାନ୍ସ ହେଲେ ପଶୁଙ୍କ ପାଇଁ ଗୋଟିଏ ଆମ୍ବୁଲାନ୍ସ ନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଚମାଖଣ୍ଡି ସ୍ଥିତ ହାଟ ନିକଟରେ । ମିଳିଥିବା ସୂଚନା ଅନୁଯାୟୀ ଚମାଖଣ୍ଡି-ଛତ୍ରପୁର ଜାତୀୟ ରାଜପଥ ନିକଟରେ ଏକ ଟ୍ରକ୍ ଧକ୍କାରେ ଗୋଟିଏ ବାଛୁରୀ ଗୁରୁତର ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି Otv ଗଞ୍ଜାମ ଜିଲ୍ଲା ପ୍ରତିନିଧି ତଥା ବରିଷ୍ଟ ସାମ୍ବାଦିକ ଅଶୋକ ବ୍ରହ୍ମା ଗୋପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କୁ ଖବର ଦେଇଥିଲେ । ଖବର ପାଇବା ମାତ୍ରେ ଶ୍ରୀ ଚୌଧୁରୀ ଛତ୍ରପୁର ପଶୁ ଅଧିକାରୀଙ୍କ ସହ ଯୋଗାଯୋଗ କରି ଚିକିତ୍ସାଳୟର କର୍ମଚାରୀ ଘଟଣା ସ୍ଥଳେ ପହଞ୍ଚିଥିଲେ କିନ୍ତୁ ଦୁଃଖର ବିଷୟ ପହଞ୍ଚିବା ପୂର୍ବରୁ ଉକ୍ତ ବାଛୁରୀଟିର ମୃତ୍ୟୁ ଘଟିଥିଲା । ଏଠାରେ ପ୍ରଶ୍ନ ଉଠୁଛି ଆମ୍ବୁଲାନ୍ସ ସେବା କେବଳ ମନୁଷ୍ୟଙ୍କ ପାଇଁ ?? ପଶୁଙ୍କ ପାଇଁ କିଛି ନୁହଁ କାରଣ ଏମାନେ ନିର୍ଜୀବ… ! ଆମ୍ବୁଲାନ୍ସର ଯଦି ସୁବିଧା ଥାନ୍ତା ତେବେ ଆସହାୟ ବାଛୁରୀଟିର ଜୀବନ ବଞ୍ଚି ଯାଇଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here