ବେଗୁନିଆପଡା ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦଘାଟିତ

0
334

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଏହି ବ୍ଲକ ଅନ୍ତର୍ଗତ ବେଗୁନିଆପଡା ସେବା ସମବାୟ ସମିତି ପକ୍ଷରୁ ଆଜି କାର୍ଯ୍ୟାଳୟ ପରିସରରେ ଖରିଫ ଧାନ କ୍ରୟ ପାଇଁ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ବେଗୁନିଆପଡା ସେବା ସମବାୟ ସଭାପତି ସମ୍ପାଦକ ସୁକୁଟା ଗୌଡ଼ ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବେଗୁନିଆପଡା ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ବିଜୟ କୁମାର ଦୋରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ କୁମାର ପାଣିଗ୍ରାହୀ, ବେଗୁନିଆପଡା ସେବା ସମବାୟ ବ୍ୟାଙ୍କ ଶାଖା ପରିଚାଳକ ରବୀନ୍ଦ୍ର କୁମାର ସାହୁ , ଋଷିକୁଲ୍ୟା ରୟତ ମହାସଭା ର ବେଗୁନିଆପଡା ଶାଖା ସମ୍ପାଦକ ଶ୍ରୀ ଭାସ୍କର ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଜି ପ୍ରଥମ ଦିନରେ ୪ ଜଣ ଚାଷୀଙ୍କ ଠାରୁ ୧୦୩ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧିକାଂଶ ଚାଷୀ ଓ ବିଭିନ୍ନ ସମିତିର ନିର୍ଦେଶକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here