ଦିଗପହଣ୍ଡି ବ୍ଳକ ସରପଞ୍ଚଙ୍କ ପକ୍ଷରୁ ଗ୍ରାମସଭା ବର୍ଜନ

0
373

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ସରପଞ୍ଚ ମାନଙ୍କ ପକ୍ଷରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ପ୍ରତ୍ୟେକ ପଞ୍ଚାୟତରେ ଅନୁଷ୍ଠିତ ହେବାକୁ ଥିବା ଗ୍ରାମସଭା କାର୍ଯ୍ୟକ୍ରମକୁ ବର୍ଜନ କରାଯାଇଥିବା ଜଣାପଡ଼ିଛି । ଖବରନୁଯାୟୀ , ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ପଞ୍ଚାୟତ ବାସୀଙ୍କୁ ଅବଗତ କରାଇବା ନେଇ ପ୍ରତ୍ୟେକ ବର୍ଷ ଗ୍ରାମସଭା ଜରିଆରେ ବୈଠକ କରାଯାଉଥିବା ବେଳେ ଚଳିତ ବର୍ଷ ଏହି ସଭାକୁ ବର୍ଜନ କରିଥିବା ବ୍ଳକ ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୈାଡଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଯେହେତୁ ସରପଞ୍ଚ ମାନଙ୍କୁ ଅଣଦେଖା ପ୍ରତିବାଦରେ ରାଜ୍ୟ ବ୍ୟାପୀ ସରପଞ୍ଚ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଥିବା ବେଳେ ସେମାନଙ୍କ ୧୫ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସରକାରଙ୍କ କୌଣସି କାର୍ଯ୍ୟରେ ସରପଞ୍ଚ ମାନେ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି । ଯାହାଫଳରେ ଦିଗପହଣ୍ଡି ବ୍ଳକ ଅଧିନସ୍ଥ ୨୫ ଗୋଟି ପଞ୍ଚାୟତରେ ସୋମବାର ଦିନ ସରପଞ୍ଚ ମାନେ ଯୋଗ ଦେଇନଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here