ମାଧବୀ ଚେର ସହ ବାଇକ ଜବତ, ୨ ଗିରଫ

0
282

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବନବିଭାଗ ଅନ୍ତର୍ଗତ ମାଣିତରା ଫରେଷ୍ଟ ସେକସନରେ ଅକ୍ଟୋବର ୧୯ ତାରିଖ ଦିନ ୮୦ କିଲୋ ଔଷଧିୟ ମାଧବୀ ଚେର ଏବଂ( ଓଡ଼ି ୩୨ ଏଫ ୩୮୮୯ ) ଏକ ବାଇକ ଜବତ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଛୋଟ ବଡ଼ ଦୁଇଟି ବସ୍ତାରେ ୮୦ କିଲୋ ଔଷଧିୟ ମାଧବୀ ଚେର ଧରି ଏକ ବାଇକରେ କୁମୁଟା ଗ୍ରାମର ଧବଳେଶ୍ବର ସେଠୀ, ପିତା-ଫକୀର ଓ ଧୋଡାପଲ୍ଲୀ ଗ୍ରାମର ମନୋଜ ସେଠୀ,ପିତା-ଚୈତନ୍ୟ ଯାଉଥିବା ସମୟରେ ମାଣିତରା ସେକସନ ବନବିଭାଗ କର୍ମଚାରୀ ବୃନ୍ଦ ଦୁହିଁଙ୍କୁ କାବୁ କରି ଗିରଫ କରିବା ସହ ମାଧବୀ ଚେର ଓ ବାଇକ ଜବତ କରିବାରେ ସଫଳ ହୋଇଥିଲେ। ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନିର୍ଦ୍ଦେଶ ପ୍ରକାରେ ମାଣିତରା ସେକସନ ବନପାଳ ସରସ୍ଵତୀ ନାୟକଙ୍କ ନେତୃତ୍ୱରେ ଛାମୁଣ୍ଡା ବନରକ୍ଷୀ ଆରତୀ କୁମାରୀ ପଣ୍ଡା , ପାରା ଫରେଷ୍ଟର କର୍ମଚାରୀ ଓ ବନସୁରକ୍ଷା ସମିତି ସଦସ୍ୟ ବୃନ୍ଦ ଏହି ଚଢ଼ାଉ କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ। ଏନେଇ ବୁଗୁଡା ବନାଞ୍ଚଳ କେଶ ନଂ ୩୭୫/୨୦-୨୧ ପ୍ରକାରେ ଏକ ମାମଲା ରୁଜୁ କରାଯାଇ ଗିରଫ ଆସାମୀ ଧବଳେଶ୍ବର ଓ ମନୋଜ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here