କଳିଙ୍ଗାଘାଟି ରେ ଡକାୟତି ଯୋଜନା ପଣ୍ଡ; ୫ଗିରଫ,ବୋମା ଓ ଖଣ୍ଡା ଜବତ

0
1228

ଭଞ୍ଜନଗର / ଗଂଜାମ: କନ୍ଧମାଳ ସୀମାନ୍ତ ୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟିର ଅନ୍ଧାରକୋଟି ମନ୍ଦିରରେ ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ଚାଲିଥିବା ବେଳେ ଭଞ୍ଜନଗର ପୁଲିସ ତାହାକୁ ପଣ୍ଡ କରି ସେଠାରୁ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବେଲଗୁଣ୍ଠା ଥାନା କେବିରିବରପୁରର କାଳିଆ ସ୍ୱାଇଁ ଓ ଅନ୍ୟ ମାନେ ହେଲେ ଭଞ୍ଜନଗର ଥାନା ଭେଜିପୁଟ ଗୋଲା ସାହିର ଶିବ ଜେନା,ଖେଟାପଲ୍ଲୀର ହରି ନାଇକ,ଶଙ୍କର ସ୍ୱାଇଁ,କଇଣ୍ଡିର ଅରୁଣ ସ୍ୱାଇଁ। ଥାନା ଏସଆଇ ମନସ୍ୱିନୀ ମହାନ୍ତି ସମ୍ପୁକ୍ତ ଅଂଚଳରେ ପେଟ୍ରୋଲିଂ କରୁଥିବା ବେଳେ ସେମାନଙ୍କ ଗତିବିଧିଙ୍କୁ ଲକ୍ଷ୍ୟ କରି ସେମାନଙ୍କୁ କାବୁ କରିଥିଲେ।ପୁଲିସ ସେମାନଙ୍କ ଠାରୁ ୩ ହାତ ତିଆରି ବୋମା,୨ଟି ଖଣ୍ଡା,ଖାଲି ମଦ ବୋତଲ,୪ଟି ମରିଚ ଗୁଣ୍ଡ ପ୍ୟାକେଟ,୩ଟି ମୋଟର ସାଇକେଲ ଜବତ କରିଛି। ଏ ନେଇ କେଶ ନମ୍ବର ୩୦୩/୨୧ ରେ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।ଏସଆଇ ସମୀର କୁମାର ବେହେରା ଘଟଣାର ଅଧିକା ତଦନ୍ତ ଚଳାଇଛନ୍ତି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here