ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜଙ୍କ ପରଲୋକ , ଏକ ସ୍ବର୍ଣ୍ଣିମ ଅଧ୍ୟାୟର ହେଲା ଅନ୍ତ

0
775

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଫାୟାର ବ୍ରାଣ୍ଡ, ପୂର୍ବତନ ବିଦେଶ ମନ୍ତ୍ରୀ ଓ ଲୋକପ୍ରିୟ ନେତ୍ରୀ ସୁଷମା ସ୍ବରାଜ ଆଉ ନାହାନ୍ତି । ମଙ୍ଗଳବାର ରାତିରେ ହୃଦଘାତରେ ସେ ଏମ୍ସରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସୁଷମା ସ୍ଵରାଜ ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବୈଦେଶିକ ମନ୍ତ୍ରୀ ଥିଲେ। ତାଙ୍କୁ ଦେଖିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଧନ, ଗୃହମନ୍ତ୍ରୀ ଅମିତ ସାହା ଦିଲ୍ଲୀ ଏମ୍ସରେ ପହଞ୍ଚିଥିଲେ ।ନୂଆଦିଲ୍ଲୀ, ଡାକ୍ତରଙ୍କ ଏକ ଦଳ ସ୍ଥିତି ଉପରେ କ୍ରମାଗତ ନଜର ରଖିଥିଲେ, ମାତ୍ର ତାଙ୍କୁ ବଞ୍ଚାଯାଇ ପାରିନଥିଲା।
ସେ ୧୬ଶ ଲୋକସଭାରେ ମଧ୍ୟପ୍ରଦେଶର ବିଦିଶାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ଖରାପ ସ୍ଵାସ୍ଥ୍ୟ କାରଣରୁ ଏଥର ସେ ଲୋକସଭା ନିର୍ବାଚନ ଲଢି ପାରିନଥିଲେ।ସାମାଜିକ ଗଣମାଧ୍ୟମରେ ପୁରା ସକ୍ରିୟ ଥିଲେ ସୁଷମା ସ୍ବରାଜ । ସ୍ବାସ୍ଥ୍ୟବସ୍ଥା ବିଗିଡିବାର ୪ ଘଣ୍ଟା ପୂର୍ବରୁ ସେ ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଥିଲେ । ନିଜର ଶେଷ ଟ୍ବିଟ୍ ରେ ସୁଷମା ସ୍ବରାଜ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧାରା ୩୭୦ ଉଚ୍ଛେଦ ପାଇଁ ଧନ୍ୟବାଦ ଦେଇ ଲେଖିଥିଲେ – ପ୍ରଧାନମନ୍ତ୍ରୀ ଜୀ ଆପଣଙ୍କୁ ହାର୍ଦିକ ଅଭିନନ୍ଦନ । ଜୀବନରେ ଏହି ଦିନକୁ ଦେଖିବାପାଇଁ ମୁଁ ପ୍ରତିକ୍ଷା କରିଥିଲି ।

LEAVE A REPLY

Please enter your comment!
Please enter your name here