ଚଳିତ ସପ୍ତାହରେ ଗ୍ରୀନ ଦିପାବଳୀ ପାଳନ ହେଉ ,ମାସ୍କ ପିନ୍ଧି ନଥିଲେ କୌଣସି ସେବା ଯୋଗାନ୍ତୁ ନାହିଁ : ଜିଲ୍ଲାପାଳ

0
287

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ଭିଡିଓ କନଫରେନ୍ସି ଜରିଆରେ ଜିଲ୍ଲା ସ୍ତରୀୟ କୋଭିଡ୍ ପରିଚାଳନା ବୈଠକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦୋକାନ ଠାରୁ ଆରମ୍ଭ କରି ବ୍ୟାଙ୍କ ସେବା ବସ୍‌,ଅଟୋ,ତହସିଲ୍‌,ବ୍ଲକ କାର୍ଯ୍ୟାଳୟ ସେବା,ଚିକିତ୍ସାଳୟ ଇତ୍ୟାଦି ସମସ୍ତ ସରକାରି ବେସରକାରୀ ସେବା ଗୁଡିକ ବିନା ମାସ୍କରେ ସେବା ଯୋଗାଇଦେବାକୁ ବାରଣ କରାଯାଇଛି । ଲୋକ କୌଣସି କାମରେ ଘରକୁ ବାହାରିଲେ ମାସ୍କ ଯେମିତି ପିନ୍ଧିବା ସୁନିଶ୍ଚିତ କରିବେ ସେହିଭଳି ସଚେତନତା ଆବଶ୍ୟକତା ରହିଛି । ସବୁ ସ୍ଥାନରେ ମାସ୍କ ବଣ୍ଟନ ଓ ସଚେତନ କାର୍ଯ୍ୟକୁ ବ୍ୟାପକ କରନ୍ତୁ । ମନ୍ଦିର ମାନଙ୍କରେ ସିମିତ ସ୍ଥାନ ରହିଛି ଏବଂ ଭିତରେ ବାୟୁ ଚଳପ୍ରଚଳ ଠିକ୍ ରୂପେ ହୋଇପାରୁନାହିଁ । ସେଥି ସକାଶେ ମନ୍ଦିରକୁ ଯାଇ ସଂକ୍ରମିତ ନ ହେବା ପାଇଁ ବୟସ୍କ ଓ ବିଭିନ୍ନ ରୋଗରେ ପିଡିତ ବ୍ୟକ୍ତିଙ୍କୁ ସତର୍କ କରାଇ ଦିଆଯାଉଛି । ସଂକ୍ରମଣ ପୁଣି ଥରେ ବ୍ୟାପି ପାରେ । ଏଣୁ ମନ୍ଦିର ଖୋଲିବାକୁ ବାରଣ କରାଯାଇଛି । ଜଣେ ହେଲେ କୋଭିଡ୍ ଯୋଦ୍ଦା ସଂକ୍ରମଣ ହେବେ ନାହିଁ ସେଥୀପ୍ରତି ସଜାଗ ରୁହନ୍ତୁ । ଦୈନିକ ଟେଷ୍ଟ ସକାଶେ ଯାହା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ଯେମିତି ପୂରଣ ହେବ ସେହି ଦିଗରେ ଧ୍ୟାନ ଦିଅନ୍ତୁ । ଦୀପାବଳୀ ପୂର୍ବରୁ ସମସ୍ତ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କାମ ଶେଷ କରି ଷ୍ଟିକର ଲଗାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଚଳିତ ସପ୍ତାହର ସମଗ୍ର ଜିଲ୍ଲାରେ ଯେପରି ଗ୍ରୀନ ଦିପାବଳୀ ହେବ ସେଥି ସକାଶେ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ବାଣ ନ ଫୁଟାଇ କେବଳ ଦୀପ ଜାଳି ଦୀପାବଳୀ ପାଳନ କରିବାକୁ କୁହାଯାଇଛି । ପାର୍କ ଖେଳ ପଡିଆକୁ ଯାଇ ଲୋକେ ୱାର୍କ କରିପାରିବେ,କିନ୍ତୁ ସାମାଜିକ ଦୂରତ୍ୱ ପ୍ରତି ସଜାଗ ରହିବାକୁ କୁହାଯାଇଛି ।
ବୈଠକରେ ମହାନଗର ନିଗମ କମିଶନର ଡଃ ସିନ୍ଧେଶ୍ୱର ବଳିରାମ ବନ୍ଦାର,ଜିଲ୍ଲା ଗ୍ରାମୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ,ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଡଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରନ ମଣ୍ଡଳ,ବ୍ରହ୍ମପୁର ଉପଜିଲ୍ଲାପାଳ ୱ ,କୀର୍ତ୍ତି ୱାସନ,ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ମୁଖ୍ୟ ଜିଲ୍ଲା ଚିକିତ୍ସାଧୀକାରୀ ଡଃ ଉମା ଶଙ୍କର ମିଶ୍ର,ଜରୁରୀ କାଳୀନ ଅଧୀକାରୀ ଡଃ ଦିବ୍ୟ ଲୋଚନ ମହାନ୍ତ,ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନ,ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷିତ ଦାଶ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୂଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here