କରୋନା ବିପଦ ଟଳି ନାହିଁ,ଏଣୁ ସତର୍କତା ହିଁ ଆମର ମୂଲ୍ୟବାନ ଜୀବନକୁ ବଂଚାଇ ପାରିବ; ଜିଲ୍ଲାପାଳ

0
287

ଛତ୍ରପୁର(ନ୍ୟୁଜଏକ୍ସଟ୍ରା)ଗଞ୍ଜାମ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଦୀପାବଳୀର ଶୁଭକାମନା ଜଣାଇଛନ୍ତି । ସରକରୀ ସ୍ତରରେ ଚଳିତ ବର୍ଷ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବାଣ କୁ ନିଶେଧ କରାଯାଇଛି । ଏଣୁ ବାଣ ନ ଫୁଟାଇବା,ଦୀପ ଜାଳି ଦୀପାବଳୀ ପୂଜା ପାଳନ କରିବା ସକାଶେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ଦୀପାବଳୀ ପାଳନ ସକାଶେ ମିଠା ଦୋକାନରେ ବିକ୍ରୀ ହେଉଥିବା ମିଠା ଗୁଡିକର ଯାଂଚ କରନ୍ତୁ । ଖାଦ୍ୟ ନିରୀକ୍ଷକଙ୍କ ଜରିଆରେ ମିଠା ସାମ୍ପଲ ସଂଗ୍ରହ କରି ପରୀକ୍ଷା କରନ୍ତୁ । ଏହି ଯାଂଚ କଲାବେଳେ ଭିଡିଓ ଉଠାଇବାକୁ ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିର୍ଦ୍ଦେଶ ଦେଇଥିଲେ ।

 କାର୍ତିକ ମାସରେ ଜିଲ୍ଲାରେ ଅଧିକାଂଶ ମନ୍ଦିର ସୋମବାର ଦିନ ଖୋଲାଯାଇଥିବା ଏବଂ ଭକ୍ତଙ୍କ ଗହଳି ରହୁଥିବା ପ୍ରଶାସନର ନଜରକୁ ଆସୁଛି । ବିଶେଷ କରି ବୟସ୍କ ବ୍ୟକ୍ତି ମଧୁମେୟ/ଉଚ୍ଚ ରକ୍ତଚାପ,ଶ୍ୱାସ ଜନିତ ସମସ୍ୟା ବ୍ୟକ୍ତି ମନ୍ଦିରକୁ ଯାଉଥିବା ଜଣାଯାଉଛି । ଏ ଦିଗରେ ଧରପଗଡ କରି ସଂପୃକ୍ତ ମନ୍ଦିରର ପୂଜକ ନ ଶୁଣିରେ ଏଫଆଇଆର କରିବାକୁ କୁହାଯାଇଛି । ଶୀତ ସମୟରେ କରୋନାର ଦ୍ୱିତୀୟ ଲହରୀରେ ଜିଲ୍ଲାବାସୀ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଏଣୁ ଭୋଜି ଆୟୋଜନ ବନ୍ଦ କରିବା,ଘରକୁ ଅତିଥି ନିମନ୍ତ୍ରଣ ନ କରିବା,ପଂଚସୁତ୍ର ନିୟମ ପାଳନ,ମାସ୍କ ର ବ୍ୟବହାର,ବାରମ୍ବାର ହାତ ଧୋଇବା,ସାମାଜିକ ଦୂରତା ବଜାୟ ରଖିବା,ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରିବା ସକାଶେ ବାରଣ କରାଯାଇଛି । କରୋନା ବିପଦ ଟଳିନାହିଁ,ଏଣୁ ସତର୍କତା ହିଁ ଆମର ମୁଲ୍ୟବାନ ଜୀବନକୁ ବଂଚାଇ ପାରିବା ।

LEAVE A REPLY

Please enter your comment!
Please enter your name here