ଉଚିତ ସମୟରେ ରାଜସ୍ୱ ବିଭାଗରୁ ହିତାଧୀକାରୀ ଲାଭ ପାଇବା ଆବଶ୍ୟକ :ଗଞ୍ଜାମ ଜିଲ୍ଲାପାଳ

0
263

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫେରନ୍ସି ଜରିଆରେ ଅନୁଷ୍ଠିତ ହୋଇଯାଇଛି ।ଛତ୍ରପୁର,ବ୍ରହ୍ମପୁର ଓ ଭଞ୍ଜନଗର ଉପଖଣ୍ଡର ସମୀକ୍ଷା କରିବା ଅବସରରେ ଜିଲ୍ଲାପାଳ ଜଣାଇଥିଲେ ଯେ,ରାଜ୍ୟରେ ଜଣେ ମଧ୍ୟ ପରିବାର ଜମି ବିହୀନ ଯେପରି ରହିବେ ନାହିଁ ସେଥୀ ସକାଶେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଆସୁଛନ୍ତି । ଏଣୁ କରି ଜିଲ୍ଲାରେ ଜଣେ ମଧ୍ୟ ପରିବାର ଯେପରି ଜମି ବିହୀନ ରହିବେ ନାହିଁ ସେ ଦିଗରେ ସୁନିଶ୍ଚିତ କରାଇବାକୁ କୁହାଯାଇଛି । ବସୁନ୍ଧରା ଯୋଜନାରେ ଆବେଦନ କରିଥିବା ହିତାଧିକାରି ମାନଙ୍କର ଆବେଦନ ପତ୍ର ଉପରେ କରାଯାଇଥିବା ଅଗ୍ରାହ୍ୟର କାରଣ ଗୁଡି ଦର୍ଶାଇବେ । ରାଜସ୍ୱ ବିଭାଗର ଅଧିନରେ ହିତାଧିକାରୀ ମାନଙ୍କୁ ଦିଆଯାଉଥିବା ସୁବିଧା ଗୁଡିକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବା ଦିଗରେ ଗୁରୁତ୍ୱ ଦେବାକୁ ଜଣାଇଥିଲେ । କାନୁନୀ ଉତରାଧିକାରୀ (ଲିଗାଲ ହେୟର) ପ୍ରମାଣ ପତ୍ର ସକାଶେ ଆବଶ୍ୟକ ପଡୁଥିବା ତଥ୍ୟ ଗୁଡିକ ପୂର୍ବ ପ୍ରସ୍ତୁତ କରି ରାଜସ୍ୱ ନିରୀକ୍ଷକ ଗଣ ସଜାଗ ହୋଇ ରଖିବେ ତେବେ ପ୍ରମାଣ ପତ୍ର ପ୍ରଦାନ ସମୟରେ ହେଉଥିବା ଅହେତୁକ ବିଳମ୍ବକୁ ରୋକିପାରିବେ,ଆବେଦନକାରୀ ଗଣ ଠିକ୍ ସମୟରେ ପ୍ରମାଣ ପତ୍ର ପାଇ ଖୁସି ପ୍ରକାଶ କରିବେ । “ମୋ ଗାଁରେ ତହସିଲ” କାର୍ଯ୍ୟରେ ତହସିଲ କାର୍ଯ୍ୟାଳୟର ଅଧୀନସ୍ଥ କର୍ମଠ/କ୍ରିୟାଶୀଳ ହୋଇ କାର୍ଯ୍ୟ କଲେ ତହସିଲ ର ସୁନାମ ବଢିବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । ଜିଲ୍ଲାରେ ପର୍ଯ୍ୟଟନ ର ବିକାଶ ଦିଗରେ ପଟ୍ଟା ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ନିତ କରାଗଲେ ଅବହେଳିତ ହୋଇ ରହିଥିବା ପର୍ଯ୍ୟଟନ ସ୍ଥଳୀର ବିକାଶ ହେବ,ଏଣୁ ଏ ଦିଗରେ ବିଳମ୍ବ ନ କରିବାକୁ ସମସ୍ତ ତହସିଲଦାର ଓ ବିଡିଓ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସରକାରୀ ଅନୁଷ୍ଠାନ ସକାଶେ ସରକାରି ଜମିକୁ ପ୍ରାଥମିକତା ଭିତିରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପଟ୍ଟା ପ୍ରଦାନ ଦିଗରେ ଗୁରୁତ୍ୱ ଦିଅନ୍ତୁ । ଜାତୀୟ ରାଜପଥ ଓ ଅନ୍ୟ ରାସ୍ତା ପାଶ୍ୱର୍ରେ ନିର୍ମାଣ ହେଉଥିବା କିମ୍ବା ଉନ୍ନତିକରଣ ହେଉଥିବା କାର୍ଯ୍ୟ ଗୁଡିକ ନିମନ୍ତେ ଜମିର ସ୍ଥିତି ଓ ସେଥୀ ସକାଶେ ବ୍ୟବହୃତ ହେଉଥିବା ସୌରାତ ସାମଗ୍ରୀ ର ତଥ୍ୟ ସଂପର୍କରେ ମଧ୍ୟ ତଦନ୍ତ କରିବାକୁ କୁହାଯାଇଛି । ବେଆଇନ୍ ଭାବେ ମରମ,ମାଟି,ପଥର,ବାଲି,ଗୋଡି ବୋଝେଇ ଟ୍ରକ ଓ ଟ୍ରାକ୍ଟର ଗୁଡିକ ଧରପଗଡ କରି ନିର୍ଦ୍ଧାରିତ କର ଆଦାୟ କରିବା ନେଇ କୁହାଯାଇଛି, ବିଶେଷ କରି ରାତ୍ରି ସମୟରେ ଧରପଗଡ କରିବାକୁ ଜୋର ଦିଆଯାଇଛି । ସରକାରୀ ଜମିରେ ରହିଥିବା ସୌରାଜ ଗୁଡିକରୁ ଅଧିକ ପରିମାଣର ଚୋରୀ ହୋଇଛି । ଏହାକୁ ରୋକିବା ସକାଶେ ଅଧିକ ନଜର ଦେବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ । ରାଜସ୍ୱ ବିଭାଗର ମୁଖ୍ୟ ଓ ପ୍ରଧାନ କାର୍ଯ୍ୟ – ରାଜସ୍ୱ ଆଦାୟ । ଏ ଦିଗରେ ଅବହେଳା ନ କରିବାକୁ ପରାମର୍ଶ ଦିଆଯାଇଛି । ଉତରାଧିକାରୀ ଅନୁଦାନ (ଏକ୍ସ ଗାରେସିଆ) କେଶ୍ ଗୁଡିକର ଫଇସଲା ଶୀଘ୍ର ଶେଷ କରିବାକୁ ଜଣାଇଥିଲେ । ଗ୍ରାମକଣ୍ଠ,ଦାଖଲ ଖାରଜ, ବକେୟା ବନ୍ଦୋବସ୍ତ ମକଦ୍ଦମା ଗୁଡିକର ଫଇସଲା କରି ପଟ୍ଟା ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ନତି କରିବାକୁ କହିଥିଲେ । ସରକାରୀ ଜମିର ସୁରକ୍ଷା ଦିଗରେ ନିଆଯାଉଥିବା ପଦକ୍ଷେପ ନିମନ୍ତେ ଯେଉଁ ସବୁ ବିଭାଗକୁ ଅର୍ଥ ପ୍ରଦାନ କରାଯାଇଛି ସେହି କାର୍ଯ୍ୟ ଗୁଡିକ ଶୀଘ୍ର ସମାଧାନ କରିବାକୁ କହି,କେଉଁ କାରଣ ଯୋଗୁଁ ବିଳମ୍ବ ହେଉଛି ତାହା ଉପଜିଲ୍ଲାପାଳଙ୍କ ସ୍ତରରେ ଆଲୋଚନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ତହସିଲର ଯାହା ସବୁ ବିଚରାଧୀନ ରହିଛି ସେସବୁ ଆସନ୍ତା ରାଜସ୍ୱ ବୈଠକ ପୂର୍ବରୁ ଶେଷ କରିବାକୁ କୁହାଯାଇଛି ।

ସମିକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅମିୟ କୁମାର ସାହୁ ସମସ୍ତ ଆଲୋଚ୍ୟ ବିଷୟ ଗୁପିକ ଉପସ୍ଥାପନ କରି ସମାଧାନ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବ୍ରହ୍ମପୁର ଉପଜିଲ୍ଲାପାଳ ୱ, କୀର୍ତୀ ୱାସନ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି,ଭଞ୍ଜନର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ରାଜସ୍ୱ ଅଧୀକାରୀ ବିଜୟାନନ୍ଦ ସେଠୀ,ଡେପୁଟି କଲେକ୍ଟର ତଥା ଜରୁରୀ କାଳୀନ ଅଧିକାରୀ ଡଃ ଦିବ୍ୟ ଲୋଚନ ମହାନ୍ତ,ଡେପୁଟି କଲେକ୍ଟର ସରୋଜ ପାତ୍ର ସମସ୍ତ ଗୋଷ୍ଟୀ ଉନ୍ନୟନ ଅଧିକାରୀ,ତହସିଲଦାର ପ୍ରମୂଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here