ରୋଟାରୀ କ୍ଳବ ଇଷ୍ଟର ସେବା ପାଇଁ ରୋଟାରୀ ଜିଲ୍ଲା-୩୨୬୨ ଦ୍ବାରା ସମ୍ମାନୀତ

0
283

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ରୋଟାରୀ ଜିଲ୍ଲା-3262 ଆନୁକୂଲ୍ୟରେ ବ୍ରହ୍ମପୁରର ରୋଟାରୀ କ୍ଳବ ଇଷ୍ଟ ବିଭିନ୍ନ ଜନ ହିତକାରୀ ସର୍ବୋତ୍କୃଷ୍ଟ ସେବା କରି ଥିବା ଯୋଗୁଁ 2019-20 ପାଇଁ ରୋଟାରୀ ଇଣ୍ଟରନେସେନାଲ୍ ସ୍ବତନ୍ତ୍ର ସମ୍ମାନ ପାଇବା ପାଇଁ ଯୋଗ୍ୟତା ହାସଲ କରଛି। ସଭାପତି ପ୍ରଦୀପ କୁମାର ପଣ୍ଡା ଓ ସଂପାଦକ ରଂଜିତ କୁମାର ପାତ୍ରଙ୍କ ନେତୃତ୍ଵରେ ଏହି ବର୍ଷ ମଧ୍ୟରେ ଦିବ୍ୟାଙ୍ଗ ମାନଙ୍କୁ କୃତ୍ରିମ ହସ୍ତ ଓ ଗୋଡ ପ୍ରଦାନ, ସଭ୍ୟ ସଂଖ୍ୟା ବୃଦ୍ଧି,ସର୍ବୋତ୍କୃଷ୍ଟ ସଭାପତି ଓ ସଂପାଦକ ସମ୍ମାନ, ବୃକ୍ଷ ରୋପଣ, ଜଳଧାରା ଯୋଜନା, ରକ୍ତ ଦାନ ଶିବିର, ସ୍ବାସ୍ଥ୍ୟ ପରୀକ୍ଷା,ଶିକ୍ଷକ ମାନଙ୍କୁ ଜାତି ଗଠନ ସମ୍ମାନ, କୋଭିଡ-19 ସଚେତନତା କାର୍ଯ୍ୟକ୍ରମ ପ୍ରଭୃତି 17ଟି କାର୍ଯ୍ୟକ୍ରମ ପାଇଁ ରୋଟାରୀ ଜିଲ୍ଲା 3262ରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ସମ୍ମାନୀତ ହୋଇଛି ।ରବିବାର ଦିନ ଏଥିପାଇଁ ଧର୍ମ ନଗରସ୍ଥିତ କ୍ଳବର ନିଜସ୍ୱ ସଭାଗୃହରେ ଏକ ବିଜୟ ଉତ୍ସବ ପାଳନ କରାଯାଇଥିଲା ।2020-21 ର ସଭାପତି ରଂଜିତ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ କାମରାଜୁ ମହାରଣା ବିବରଣୀ ପାଠ କରିଥିଲେ, ଆଗାମୀ ଦିନରେ ସଂଗଠିତ ହେବାକୁ ଥିବା କାର୍ଯ୍ୟକ୍ରମର ଏକ ବିବରଣୀ ସଭାପତି ସଭ୍ୟ ମାନଙ୍କୁ ଅବଗତ କରାଇଥିଲେ ।2019-20 ର ସଭାପତି ପ୍ରଦୀପ କୁମାର ପଣ୍ଡା କ୍ଳବ ବିଭିନ୍ନ ସମ୍ମାନ ଓ ପୁରସ୍କାର ପାଇବାରେ ସଭ୍ୟ ମାନଙ୍କ ସହଯୋଗ ପାଇଁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଧାରା ବଜାୟ ରଖିବା ପାଇଁ ଚଳିତ ବର୍ଷର କର୍ମକର୍ତ୍ତାଙ୍କୁ ସମସ୍ତେ ସହଯୋଗ କରବା ପାଇଁ ଅନୁରୋଧ କରିଥିଲେ ।କୋଭିଡ-19ର ସମସ୍ତ ଗାଇଡ୍ ଲାଇନ ପାଳନ କରିଯାଇ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେୈ ଏଇ ବୈଠକ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here