କରୋନା କଟକଣାରେ ମଧ୍ୟ ଚଳଚଞ୍ଚଳ ଶୈବପୀଠ

0
290

ଆସ୍କା(ଜଗନ ପଣ୍ଡା)ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ,ଧରାକୋଟ ବ୍ଲକର ବିଭିନ୍ନ ଶୈବ ପୀଠ ଯଥା ପୁଉଟୁ ସ୍ଥିତ ମୁକ୍ତେଶ୍ଵର, ଆସିକା ସ୍ଥିତ ସୁବନେଶ୍ୱର ଓ ଚନ୍ଦ୍ରକଳ୍ପେ ଶ୍ୱର ମନ୍ଦିର ରେ ଆଜି କାର୍ତ୍ତିକ ମାସ ଦ୍ୱିତୀୟ ସୋମବାର ହୋଇଥିବାରୁ ଶତାଧିକ ଶ୍ରଦ୍ଧାଳୁ ସମାଗମ ହୋଇଥିବା ଦେଖିବାକୁ ମିଳିଛି।ଦ୍ୱିତୀୟ ପଯ୍ୟାୟ କୋଭିଡିକୁ ଦୃଷ୍ଟିରେ ଦେଖି ଜିଲ୍ଲାର ସମସ୍ତ ଦେବାଳୟ ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଥିଲେ ସୁଦ୍ଧା ଏହି ସବୁ ଶୈବ ପୀଠରେ କୋଭିଡ19 ନିୟମ ଉଲଂଘନ ହେଉଥିବା ଦେଖିବାକୁ ମିଳିଛି।କେବଳ ଯେ ଲୋକେ ଦେବାଳୟ କୁ ଯାଉଛନ୍ତି ତାହା ନୁହେଁ ସେଠାରେ ରୋସେଇ କରି ଖାଉଥିବା ମଧ୍ୟ ଦେଖିବାକୁ ମିଳିଛି।ଏଣୁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା ଜରୁରୀ ହୋଇପଡିଛି l

LEAVE A REPLY

Please enter your comment!
Please enter your name here