ଆସ୍କା ପଞ୍ଚାୟତ ସମିତି ସଭାଗୃହ ଠାରେ ସ୍ବଚ୍ଛ ସର୍ବେକ୍ଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

0
300

ଆସ୍କା(ଜଗନ ପଣ୍ଡା)ଆସ୍କା ପଞ୍ଚାୟତ ସମିତି ସଭାଗୃହ ଠାରେ ସ୍ବଚ୍ଛ ସର୍ବେକ୍ଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିବେଶ ସଫାସୁତୁରା ରଖିବା ସହିତ ପରିମଳ ବ୍ୟବସ୍ଥା ଉପରେ ଆଲୋଚନା ଓ ଆଲୋକପାତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କଁଅରଙ୍କ ଉପସ୍ଥିତ ଥିବା ବେଳେ ସମ୍ପୂର୍ଣ୍ଣ ସହରରେ ସ୍ବଚ୍ଛତା ଆଣିବା ପାଇଁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। କରୋନା ସଂକ୍ରମଣ କିପରି ରୋକାଯାଇ ପାରିବ ଏବଂ ସଠିକ୍ ମୁକାବିଲା କରାଯାଇ ପାରିବ, ଏହି ସ୍ଵଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ବୋଲି ଆଲୋଚନା ହୋଇଥିଲା। ଏହି ଅବସରରେ ସ୍ଵଚ୍ଛ ସାଥୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here