ଶିଶୁ ନାଟକ ମହୋତ୍ସବ ପାଇଁ ତ୍ରିରଙ୍ଗା ନାଟକ ପୁସ୍ତକ ପୂଜନ

0
231

ବ୍ରହ୍ମପୁର: ଓଡିଶା ସାହିତ୍ୟ ନାଟକ ଏକାଡେମୀ ତରଫରୁ ଦୁଇ ଦିନିଆ ଶିଶୁ ନାଟକ ମହୋତ୍ସବ ଚଳିତ ମାସର ନଭେମ୍ବର ମାସର ୧୭ ଏବଂ ୧୮ ତାରିଖ ହେବାକୁ ଥିବା ବେଳେ। କୁକୁଡାଖଣ୍ଡି ବ୍ଲକ ତରଫରୁ ଈଶା ଭିଜନର ଦ୍ୱାର ନାଟ୍ୟକାର ତ୍ରିପାତି ନାୟକଙ୍କ ରଚିତ ଏକ ଦେଶାତ୍ମବୋଧକ ନାଟକ ତ୍ରିରଙ୍ଗା ପାଇଁ ପୁସ୍ତକ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ସ୍ଥାନୀୟ ଆଙ୍କୁଶପୁର ନୋଡାଲ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିପିନ ବିହାରୀ ପଣ୍ଡା ସହକାରୀ ଶିକ୍ଷକ ଆରତୀ ଶତପଥୀ ମସିହାଖାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତଥା କଳାପ୍ରେମୀ ହେମନ୍ତ କୁମାର ସେଠୀ ଉପସ୍ଥିତ ଥିଲେ। ଏହି ପୁସ୍ତକ ପୂଜନ କାର୍ଯ୍ୟକ୍ରମରେ ଈଶା ଭିଜନର ପରିଚାଳନା ନିର୍ଦ୍ଦେଶକ ସନ୍ୟାସୀ ମହାରଣାଙ୍କ ପୋରହିତତ୍ୱରେ ନିର୍ଦ୍ଦେଶକ ଭାବରେ ରାଧାକାନ୍ତ ନାୟକ ଥିବାବେଳେ ସହକାରୀ ଦାୟିତ୍ୱରେ ଟୁକୁନା ପଲେଇ ଏବଂ ସୌମ୍ୟ ରଞ୍ଜନ ପ୍ରଧାନ ସହଯୋଗୀ ଏବଂ ବରିଷ୍ଠ କଳାକାର ନର୍ଷିଙ୍ଘ ରାନାଙ୍କର ସମେତ ପରିଚାଳନା ଦାୟିତ୍ୱରେ ପ୍ରଶାନ୍ତ କୁମାର ସାହୁ(ବିଟୁ) ସହଯୋଗ କରିଥିଲେ। ଏହି ନାଟକର ସଫଳତା କାମନା କରି ସ୍ଥାନୀୟ ବୁଦ୍ଧିଜୀବୀ ମଶିହାଖାଲି ସମିତି ସଭ୍ୟ ନରସିଂହ ସାହୁ ଉପସ୍ଥିତ ରହି ନାଟକର ସଫଳତା କାମନା କରିବା ସହ ଏଭଳି ଏକ ଉଦ୍ୟମ ପାଇଁ ଈଶା ପରିବାରକୁ ସାଧୁବାଦ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here