ଛାତ୍ରବଛଳ ଶିକ୍ଷକ ସୁବାଷ ସାରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0
312

ଆସ୍କା(ଜଗନ ପଣ୍ଡା) ଆସିକା ବ୍ଳକ ଅନ୍ତର୍ଗତ ଆଲିପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ମନୋଜ ନାହାକଙ୍କ ନେତୃତ୍ୱ କ୍ରମେ ପୂର୍ବତନ ଛାତ୍ର ସଂସଦ ଆନୁକୁଲ୍ୟରେ ସମସ୍ତଙ୍କ ପ୍ରିୟ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ବାଡତ୍ୟାଙ୍କୁ ଭବ୍ୟ ସମ୍ବର୍ଦ୍ଧନା। ଶ୍ରୀକ୍ଷେତ୍ର ପଞ୍ଚାୟତ ହାଇସ୍କୁଲ, ଆଲିପୁରର ଜଣେ ଜଣାଶୁଣା ତଥା ଛାତ୍ରବଛଳ ଶିକ୍ଷକ ଭାବରେ ବେଶ୍ ପରିଚିତ ସୁବାସ ଚନ୍ଦ୍ର ବାଡତ୍ୟାଙ୍କ ୨୭ ବର୍ଷର ଶିକ୍ଷକତା ଜୀବନ ଅତି ସରଳ ଓ ସୁନ୍ଦର ହୋଇଥିବା ବେଳେ ଛାତ୍ରଛାତ୍ରୀ ମାନେ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିପାରିଛନ୍ତି। ଏଭଳି ଜଣେ ନୀତିବାନ ଓ ଆଦର୍ଶ ଶିକ୍ଷକ ସମାଜରେ ବିରଳ। ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ସହିତ ସୁବାସ ସାରଙ୍କୁ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ସମେତ ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ମିଳିତ ଭାବେ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ କରିଥିଲେ। ଏଭଳି ଭବ୍ୟ ସମ୍ବର୍ଦ୍ଧନା ଜଣେ ଶିକ୍ଷକଙ୍କୁ ଜଣାଇବା ବିରଳ ହୋଇଥିବା ବେଳେ ବ୍ଳକଗ୍ରଣ୍ଡ ହାଇସ୍କୁଲରେ ବିନା ପାରିଶ୍ରମିକରେ ଦୀର୍ଘଦିନ ଧରି ଶିକ୍ଷକତା କରି ମଣିଷ ତିଆରି କାରଖାନା ସାଜିଥିଲେ ସୁବାସ ସାର ।ଆଜି ଏଭଳି ଭବ୍ୟ ସମ୍ବର୍ଦ୍ଧନା ପାଇଁ ସେ ବେଶ୍ ଖୁସିବ୍ୟକ୍ତ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ରାଜନେତା ଶ୍ରୀ ଅଭିମନ୍ୟୁ ନାହାକ, ଆଲିପୁର ସରପଞ୍ଚ ମନୋଜ ନାହାକ,ସମିତି ସଭ୍ୟ ସଞ୍ଜୟ ଗୌଡ, ଶିବରାମ ପାଢୀ, ବରିଷ୍ଠ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଦୋରା,ଶିକ୍ଷକ ବିପ୍ର ଚରଣ ବେହେରା, ତ୍ରିବେଣୀ ନାୟକ,ଶିକ୍ଷକ ଗଣେଶ ରଥ , ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here