ଦୁଇ ବର୍ଷ ହେଲା ବିଛଣାରେ ବିନୋଦ , ଚିକିତ୍ସାରେ ଅର୍ଥ ବାଧ୍ଯକ ; ସରକାରୀ ସହାୟତାକୁ ଅପେକ୍ଷା

0
472

ଭଞ୍ଜନଗର(ନିଲୁ ବିଷୋୟୀ) ମାସେ କି ଦୁଇ ମାସ ନୁହଁ। ଦୀର୍ଘ ୨ ବର୍ଷ ହେଲା ବିଛଣାରେ ପଡ଼ିଛନ୍ତି। ଖାଇବା, ପିଇବା ସେହି ବିଛଣାରେ ହିଁ କରୁଛନ୍ତି। ଜଣେ ଧରିଲେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି। ଶୌଚ ପାଇଁ ଜଣଙ୍କ ସାହାରା ଦରକାର ପଡ଼ୁଛି। ଯେଉଁ ବୟସରେ ରୋଜଗାର କରି ପରିବାର ପ୍ରତିପୋଷଣ କରିବା କଥା ସେ ବିଛଣାରେ ପଡ଼ି ଦିନ କାଟୁଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଲାଲସିଂ ଗ୍ରାମର ନୂଆ ସାହିର ବିନୋଦ କୁମାର ସାହୁ (୩୫)। ଅଜଣା ରୋଗରେ ରୋଗରେ ପୀଡ଼ିତ ହୋଇଛନ୍ତି। ଚିକିତ୍ସାରେ ଅର୍ଥ ବାଧକ। ସୁଦୂର ଚେନ୍ନାଇରେ କାମ କରି ପରିବାର ଚଳାଉଥିବା ଭେଣ୍ଡିଆ ପୁଅଟି ଆଜି ପରିବାର ପାଇଁ ବୋଝ ପାଲଟି ଯାଇଛନ୍ତି।ବିନୋଦ ଜଣେ ଦିନ ମଜୁରିଆ ଶ୍ରମିକ ଭାବେ ଚେନ୍ନାଇ ରେ ରହି କାମ କରୁଥିବା ବେଳେ ହଠାତ କୌଣସି କାରଣରୁ ସେ ଅସୁସ୍ଥ ହୋଇ ପଡିବା ସହ ଠିକ୍ ସେ କଥା କହିପାରିଲେନି। ଫଳରେ ସେ ଚେନ୍ନାଇ ରୁ ଫେରିଆସିଥିଲେ। ଗାଁ କୁ ଆସି ସେ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ରେ କୌଣସି ଉନ୍ନତି ଘଟି ନାହିଁ। ଫଳରେ ସ୍ତ୍ରୀ ଲିଲି ସାହୁ ସ୍ୱାମୀଙ୍କ ଅଚିହ୍ନା ରୋଗକୁ ଭଲ କରିବାକୁ ଯାଇ ଅସହାୟ ହୋଇଯାଇଛିନ୍ତି । ଯାହା ଥିଲା ବିକି ଭାଙ୍ଗି ସ୍ୱାମୀଙ୍କ ଆରୋଗ୍ୟ ପାଇଁ ଖର୍ଚ୍ଚ ହୋଇଯାଇଛି। ଏବେ ଆଶା ସରକାରୀ ସାହାଯ୍ୟ କିମ୍ବା କୌଣସି ବାଦାନ୍ୟ ବ୍ୟକ୍ତି ଙ୍କ ସହାୟତା। ବିନୋଦ ଙ୍କ ପରିବାର କହିଲେ ସ୍ତ୍ରୀ ଲିଲି ସାହୁ ଓ ଦୁଇ ବର୍ଷ ର କୁନି ଝିଅ । ଏ ନେଇ ସ୍ତ୍ରୀ ଲିଲି ସାହୁ କହିଛନ୍ତି ଦିନଯାକ ଖଟିଲେ ସେଥିରେ ଯାହା ଟଙ୍କା ମିଳେ ଚଳିବା ମଧ୍ୟ କଷ୍ଟକର । ଏପଟେ ସ୍ୱାମୀ ଙ୍କ ଦେହ ଖରାପ ହେବା ଠାରୁ କୁନି ଝିଅଟିକୁ ପାଳିବା ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଚଳିବା କଷ୍ଟ କର ହୋଇ ପଡିଛି । ଅନେକ ଥର ମେଡିକାଲ ରେ ଦେଖିଇଲେ ମଧ୍ୟ୍ୟ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉନାହିଁ। ଅର୍ଥ ଅଭାବ ରୁ ଭଲ ମେଡିକାଲ ରେ ଦେଖାଇବା ମଧ୍ୟ ସମ୍ଭବ ହୋଇପାରୁନି । ଯାହା ଫଳରେ ଦିନକୁ ଦିନ ଅସୁସ୍ଥତା ବଢୁଛି । ତେବେ ସରକାରୀ ସହାୟତା ହେଉ କିମ୍ବା କୌଣସି ସହୃଦୟ ବ୍ୟକ୍ତି ଙ୍କ ସହାୟତା ମିଳିଲେ ସ୍ୱାମୀ ବିନୋଦ ଙ୍କ ଜୀବନ ବଞ୍ଚିଯିବ ବୋଲି ସ୍ତ୍ରୀ ଲିଲି ସାହୁ ଅତି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ତେବେ ଆଶା କରୁଛୁ ଏହି ଖବର ପ୍ରଶାରଣ ପରେ ପ୍ରଶାସନ ସହାୟତାର ହାତ ବଢେଇବ !

LEAVE A REPLY

Please enter your comment!
Please enter your name here