ବେକରେ ରସି ଲଗାଇ ଯୁବତୀଙ୍କ ଅତ୍ମହତ୍ୟା

0
355

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ଆଜି ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ସୁତୁମୁସର ଗ୍ରାମରେ ପାଣ୍ଡି ଦଳେଇ (18) ନାମକ ଜଣେ ଯୁବତୀ ନିଜ ଘରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି I ସୂଚନା ପ୍ରକାରେ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ସୁତୁମୁସର ଗ୍ରାମରେ ପ୍ରଭାକର ଦଳେଇ ନିଜ ସ୍ତ୍ରୀ ଓ ଝିଅକୁ ନେଇ ବାସ କରନ୍ତି I ଆଜି ପ୍ରଭାକର ନିଜ ସ୍ତ୍ରୀଙ୍କ ସହ ଜମିକୁ ଧାନ କାଟିବା ପାଇଁ ଯାଇଥିବା ବେଳେ ଝିଅ ପାଣ୍ଡି ଘରେ ଏକା ଥିଲା I ସନ୍ଧ୍ୟା ଚାରିଟା ବେଳେ ପ୍ରଭାକର ଏବଂ ତାଙ୍କ ସ୍ତ୍ରୀ ଘରକୁ ଫେରି ପାଣ୍ଡି ଶବ ଝୁଲୁଥିବାର ଦେଖିଥିଲେ I ଏନେଇ ବେଲଗୁଣ୍ଠା ଫାଣ୍ଡିରେ ବାପା ପ୍ରଭାକର ଜଣାଇବା ପରେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ପାଣ୍ଡିର ଶବକୁ ଜବତ କରିବା ସହ ଭଞ୍ଜନଗର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିବା ଜଣା ପଡ଼ିଛି I ଘଟଣା ନେଇ ବେଲଗୁଣ୍ଠା ଫାଣ୍ଡିରେ କେସ୍ ନମ୍ବର୍ 69/20 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଆତ୍ମହତ୍ୟାର କାରଣ ସମ୍ପର୍କରେ ତଦନ୍ତ ଚାଲିଥିବା ଫାଣ୍ଡି ଅଧିକାରୀ ପ୍ରକାଶ ସାହୁ ପ୍ରକାଶ କରିଛନ୍ତି I

LEAVE A REPLY

Please enter your comment!
Please enter your name here