ପୋଲସରା ବସଷ୍ଟାଣ୍ଡରେ ଆହାର କେନ୍ଦ୍ର ଉଦଘାଟନ କଲେ ବିଧାୟକ

0
275

ପୋଲସରା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ବସଷ୍ଟାଣ୍ଡରେ ନୂତନ ଆହାର କେନ୍ଦ୍ରକୁ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ନଭେମ୍ବର ୬ ତାରିଖ ଦିନ ଉଦଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଏହି ଆହାର କେନ୍ଦ୍ର ଉଦଘାଟନ ହେବାଦ୍ୱାର ଗରିବ ଶ୍ରେଣୀର ବ୍ୟକ୍ତିମାନେ ୫ ଟଙ୍କାରେ ଭାତ ଓ ଡାଲମା ଖାଦ୍ୟ ପାଇପାରିବେ। ଏହି ନୂତନ ଆହାର କେନ୍ଦ୍ର ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ସଂଯୁକ୍ତା ବାଡତ୍ୟା , ବିଡ଼ିଓ ଶମ୍ଭୁନାଥ ନନ୍ଦୀ,ତହସିଲଦାର ସୁକାନ୍ତ କୁମାର ମିଶ୍ର,ବ୍ଲକ ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼, ପୋଲସରା ଏନଏସିର ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ ଓ ଉପାଧ୍ୟକ୍ଷା, ବ୍ଲକ କନିଷ୍ଠ ଯନ୍ତ୍ରୀ ଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here