ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା ନିର୍ବାଚନ

0
320

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୪ ତାରିଖ ଦିନ ବୁଗୁଡା ମାଳିଝୋଳା ମନ୍ଦିର ପରିସରରେ ସଂଗଠନର ସଭାପତି ଅଶୋକ ନନ୍ଦଙ୍କ ଅଧ୍ୟକ୍ଷତାରେ ପ୍ରେସ କ୍ଳବ, ବୁବୁଡା ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ପୂର୍ବ ସଭାର ବିବରଣୀ ଗୃହୀତ ହୋଇଥିଲା। ଚକ୍ରାନ୍ତ କରି ବୁଗୁଡ଼ାରେ ଗିରିଫ କରାଯାଇଥିବା ସାମ୍ବାଦିକମାନଙ୍କ ବିଷୟ ନେଇ ଆଲୋଚନା ହେବା ସହ ସମସ୍ତ ଖବରଦାତା ସତର୍କ ରହିବାକୁ ପରାମର୍ଶ ପ୍ରଦାନ କରାଗଲା। ଏହା ପରେ ସଭାପତି ଶ୍ରୀ ନନ୍ଦଙ୍କ ପ୍ରସ୍ଥାବ କ୍ରମେ ପ୍ରେସ କ୍ଳବର କର୍ମକର୍ତ୍ତା ନିର୍ବାଚନ ବିଷୟରେ ଆଲୋଚନା ହୋଇଥିଲା। ଆସନ୍ତା ଦୁଇବର୍ଷ ପାଇଁ ସର୍ବସମ୍ମତି କ୍ରମେ ଅନିଲ କୁମାର ମହାରଣା – ସଭାପତି, ଗୌରୀପତି ଦାଶ – କାର୍ଯ୍ୟକାରୀ ସଭାପତି, ବି.ପ୍ରକାଶ ଚନ୍ଦ୍ର ପାତ୍ର – ଉପସଭାପତି, ହର ପ୍ରସାଦ ପାଢ଼ୀ – ସମ୍ପାଦକ, ଉମା ଚରଣ ସାହୁ – ସହ ସମ୍ପାଦକ, ଓ ଲାଲ ମୋହନ ବିଷୋୟୀ – କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଏଥି ସହ ଅଶୋକ ନନ୍ଦ ଉପଦେଷ୍ଟା ଭାବେ ମନୋନୀତ ହୋଇଥିଲେ। ବରିଷ୍ଠ ସଦସ୍ୟ ବିଶ୍ୱ ମୋହନ ମିଶ୍ର ନିର୍ବାଚନ ପରିଚାଳନା କରିଥିବା ବେଳେ ସ୍ୱରୁପ ସୁମନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here