ଖଲ୍ଲିକୋଟ ମେଡ଼ିକାଲ ପରିଦର୍ଶନ କଲେ ତିନି ଜଣିଆ ଡାକ୍ତରୀ ଦଳ

0
316

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟସ୍ତରୀୟ ୩ଜଣିଆ ଡାକ୍ତରୀ ଟିମ । ଆଜି ପରିଦର୍ଶନ କରି ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱଚ୍ଛତା, ମେଡ଼ିସିନ ବିତରଣ , ଷ୍ଟକ ରେଜିଷ୍ଟ୍ରେର ବହି,କର୍ମଚାରୀ ରହୁଥିବା ଗୃହ ସହ ରୋଗୀ ଚିକିତ୍ସା ହେଉଥିବା ରୁମର ଲେଟିନ, ଗାଧୁଆ ଘର ଓ ପିଇବାପାଣି ଭଲଭାବେ ଆସୁଛି ନା ନାହିଁ  ତାହାର ତଦାରଖ କରିଥିଲେ । ଏହା ସହ ମେଡିକାଲର ସମସ୍ତ କାଗଜ ପତ୍ର ଯାଞ୍ଚ କରିଥିଲେ ଏହି ଡାକ୍ତରୀ ଦଳ । ଡାକ୍ତର ପ୍ରତିଭା ପ୍ରଧାନ,ଡାକ୍ତର ଅଶୀତ କୁମାର ମହାନ୍ତି ଓ ଡାକ୍ତର ଶ୍ରୀପତି ଦାସ ପରିଦର୍ଶନ ରେ ଆସିଥିଲେ । ତେବେ ଡାକ୍ତର ଅଭାବ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଏ ନେଇ ପରିଦର୍ଶନରେ ଆସିଥିବା ସ୍ୱତନ୍ତ୍ର ଡାକ୍ତରୀ ଦଳ କଣ ଆଲୋଚନା କରିଛନ୍ତି ତାହା ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here