ମୋଟର ସାଇକେଲ ଚୋର ଗିରଫ, ବାଇକ ଜବତ

0
365

ଆସ୍କା(ଜଗନ ପଣ୍ଡା)ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ବାଣୀବିହାର ଅଞ୍ଚଳରୁ ହିରୋ ହୋଣ୍ଡା ବାଇକ ଚୋରି ଘଟଣାରେ ଜଣଙ୍କୁ ଗିରଫ କରିଛି ଆସ୍କା ପୋଲିସ |ସୂଚନା ଅନୁଯାଇ ମୁକୁନ୍ଦପୁର ଗ୍ରାମର ମିଥୁନ ବିଶ୍ୱାଳ ବାଣୀବିହାର ଅଞ୍ଚଳର ଏକ ଘରକୁ ଏ ସି ମରାମତି ପାଇଁ ଯାଇଥିବା ସମୟରେ ନିଜର ବାଇକଟିକୁ ଘର ବାହାରେ ପାର୍କିଂ କରିଥିଲେ l କିନ୍ତୁ କାମ ସାରି ଫେରିଲା ବେଳକୁ ତାଙ୍କ ବାଇକ ସେଠାରେ ନଥିଲା l ବହୁ ଖୋଜା ଖୋଜି ପରେ ନିଜର ବାଇକ OD 07 N 0410 ଚୋରି ହୋଇଥିବା ନେଇ ଆସ୍କା ଥାନା ରେ ଲିଖିତ ଅଭିଯୋଗ କରିଥିଲେ |ଆସ୍କା ପୋଲିସ ପକ୍ଷରୁ କେଶ ନଂ584/20 ମାମଲା ରୁଜୁ କରାଯାଇ ଭେଟନଈ ଗ୍ରାମର ଶୁଭଙ୍କର ଗୌଡ଼ ଙ୍କୁ ଗିରଫ କରିବା ସହିତ ଦଫା 379 ଆଇ ପି ସି ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଆସ୍କା ଆଇ ଆଇ ସି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି |ପୋଲିସ ଚୋରି ମୋଟର ସାଇକେଲକୁ ଜବତ କରି ଗାଡି ମାଲିକ ଙ୍କୁ ଫେରାଇଥିବା ଜଣା ପଡିଛି |

LEAVE A REPLY

Please enter your comment!
Please enter your name here