ସଦରଥାନା ଅଧିକାରୀ ଭାବେ ମହେନ୍ଦ୍ର ସାହୁଙ୍କ ଦାଇତ୍ୱ ଗ୍ରହଣ

0
344

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ):ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଚିଠି ସଂଖ୍ୟା ନଂ-୭୮୪/୨୧ ପ୍ରକାରେ ଥାନା ଅଧିକାରୀଙ୍କ ମଧ୍ୟରେ ଏକ ଛୋଟ ଧରଣର ଅଦଳ ବଦଳ କରାଯାଇଅଛି। ସଦର ଥାନାରେ କାର୍ଯ୍ୟରତ ଥିବା ଥାନାଧିକାରୀ ସନ୍ତୋସିନୀ ଓରାମ୍ ପ୍ରମୋସନ ହୋଇ ବ୍ରହ୍ମପୁର ଆଇ.ସି.ୟୁ.ଡବ୍ଲ୍ୟୁ କୁ ବଦଳି ହେବା ପରେ ବ୍ରହ୍ମପୁର ବଡବଜାର ଥାନାରେ କାର୍ଯ୍ୟରତ ଥିବା ଅତିରିକ୍ତ ଥାନାଧିକାରୀ ମହେନ୍ଦ୍ର କୁମାର ସାହୁଙ୍କୁ ସଦର ଥାନା ଅଧିକାରୀ ଭାବେ ବଦଳି କରାଯାଇଛି।ଶ୍ରୀ ସାହୁ ପୂର୍ବରୁ ଏସ୍ଆଇ ଭାବେ ସଦର ଥାନାରେ ନିଜର କାର୍ଯ୍ୟ ସୁଚାରୁ ଭାବେ ତୁଲାଇ ପ୍ରମୋସନ ହୋଇ କୋରାପୁଟ୍ ଜିଲ୍ଲାର ବୈପାରିଗୁଡା ଥାନାରେ ପ୍ରଥମ ଥର ଭାବେ ଥାନା ଅଧିକାରୀ ଭାବେ ଦାଇତ୍ୱ ଗ୍ରହଣ କରିଥିଲେ।ସେଠାରେ ବିଭିନ୍ନ ପ୍ରକାର ମାମଲାରେ ଜଡିତ ଥିବା ଅପରାଧିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଲୋକଙ୍କ ଆସ୍ଥାଭାଜନ ପାଲଟିଥିଲେ ଏବଂ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।ପରବର୍ତ୍ତୀ ମୁହୂର୍ତ୍ତରେ ପୁଣି ବ୍ରହ୍ମପୁର ପୋଲିସ ଜିଲ୍ଲାକୁ ବଦଳି ହୋଇ ବଡବଜାର ଥାନାରେ ଅତିରିକ୍ତ ଥାନା ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ। ବ୍ରହ୍ମପୁର ପୋଲିସ ଜିଲ୍ଲାର ସଦର ଥାନା ଏକ ପ୍ରମୁଖ ଥାନା ହୋଇଥିବା ବେଳେ ଏକ ସମ୍ବେଦନଶୀଳ ଅଞ୍ଚଳ ଭାବରେ ପରିଗଣିତ।ତେବେ ବ୍ରହ୍ମପୁର ସଦର ଥାନାର ପରିସରଭୁକ୍ତରେ ବହୁ ଅଞ୍ଚଳର ପରିସରଭୁକ୍ତ ଥିବା ବେଳେ ବହୁ ସମ୍ବେଦନଶୀଳ ଓ ଉପାନ୍ତ ଅଞ୍ଚଳକୁ ନେଇ ଏହି ଥାନା
ଗଠିତ।ତେବେ ଏହି ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଦୈନନ୍ଦିନ କିଛିନା କିଛି ଘଟଣା ଘଟୁଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ଏହା ମୁଣ୍ଡ ବେଦନାର କାରଣ ପାଲଟିଛି। ସଦର ଥାନା ଅଞ୍ଚଳରେ ବହୁ ବେଆଇନ ନକଲି ସାମଗ୍ରୀର ଉପ୍ତାଦନ ସହ ଅବକାରୀ ଦ୍ରବ୍ୟର ଚୋରା ଚାଲାଣ ମଧ୍ୟ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି।ସେହିପରି ଗଞ୍ଜେଇ,ଅଫିମ,ଗୁଟ୍କା ଏବଂ ନକଲି ମଦ କାରବାର ନିମନ୍ତେ ସଦରଥାନା ଅଞ୍ଚଳର ବିଭିନ୍ନ ରାସ୍ତା ଦେଇ ବ୍ରହ୍ମପୁର ସହର ତଥା ଅନ୍ୟ ଜିଲ୍ଲା ଓ ରାଜ୍ୟକୁ ବେଆଇନ ଭାବେ ଚାଲାଣ କରାଯାଉଛି।କିଛି ଦିନ ହେବ ସଦର ଅଞ୍ଚଳରେ ବହୁ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ପୁରୁଣା ପେଷାଦାର ଅପରାଧୀ ମାନେ ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି। ତେବେ ନୂତନ ଥାନାଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେବା ପରିପ୍ରେକ୍ଷୀରେ ଶ୍ରୀ ସାହୁ କହିଛନ୍ତି ଯେ, ସଦର ଥାନା ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଦମନ ସହ ସହରତଳି ଅଞ୍ଚଳରେ ରାତିଅଧିଆ ଚୋରି ରୋକିବା ହେଲା ମୁଖ୍ୟ ଉଧେଷ୍ୟ। ତତସଙ୍ଗେ କରୋନା ସଂକ୍ରମଣ ବର୍ତ୍ତମାନ ବହୁ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି ତେଣୁ କୋଭିଡ଼ କଟକଣା ସହ ପୋଲିସର ଆଭିମୁଖ୍ୟ ଲୋକଙ୍କୁ ସଚେତନ କରେଇବା ପାଇଁ ସେ ଚେଷ୍ଟା କରାଯିବ।ଏହି କୋଭିଡ ସମୟରେ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ବିନା ମାସ୍କରେ ଚଳ ପ୍ରଚଳ କରୁଥିବା ଲୋକଙ୍କ ଉପରେ କଡା ନଜର ରଖାଯିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ସାଧାରଣ ଜନତା ପୋଲିସ ଉପରେ ଆସ୍ଥା ରଖନ୍ତୁ ଏବଂ ଅପରାଧୀଙ୍କର ଦମନ ପାଇଁ ପୋଲିସକୁ ସହଯୋଗ କରନ୍ତୁ। ଯେଉଁଠାରେ ବି କିଛି ଅଘଟଣ ଘଟେ ତେବେ ସଙ୍ଗେ ସଙ୍ଗେ ପୋଲିସର ସହାୟତା ନେବେ ଏବଂ ଅପରାଧିକ କାର୍ଯ୍ୟକଳାପରୁ ନିବୃତ ରହିବା ସହ ଆଇନକୁ ହାତକୁ ନନେବା ପାଇଁ ସାଧାରଣ ଲୋକଙ୍କୁ ସେ ଅପିଲ କରିଛନ୍ତି।ବର୍ତ୍ତମାନ ଥାନାରେ ଯେଉଁ ସବୁ ମାମଲା ସ୍ଥଗିତ ଅଛି ଖୁବଶୀଘ୍ର ଉକ୍ତ ମାମଲାର ସମାଧାନ ପାଇଁ ଚେଷ୍ଟା କରିବେ।ତେବେ ଜନତା ଓ ପୋଲିସ ମଧ୍ୟରେ ଏକ ସୁସମ୍ପର୍କ ରକ୍ଷା କରିବା ସହ ସୁସ୍ଥ ଗଠନ କରିପାରିବା ଏବଂ ସଦର ଥାନା ଅଞ୍ଚଳରେ ଅଖଣ୍ଡ ଶାନ୍ତି ପ୍ରତିଷ୍ଠା କରିବା ତାଙ୍କର ମୁଖ୍ୟ ଉଧେଷ୍ୟ ବୋଲି ଶ୍ରୀ ସାହୁ ସ୍ପଷ୍ଟ କରିଛନ୍ତି।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here