ବାଇକ ଦୁର୍ଘଟଣାରେ ଜଣେ ଗୁରୁତର ଆହତ

0
403

ଭଞ୍ଜନଗର(ନିଲୁ ବିଷୋୟୀ) ଗଂଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଗାୟ।ଗଣ୍ଡା ମୁଖ୍ୟ ସଡକ ଉପରେ ଆଜି ଏକ ବାଇକ ଦୁର୍ଘଟଣା ଘଟି ଦୀପକ କୁମାର ରାଉଳ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଦୀପକ ଦଶପଲ୍ଲା ରୁ ଭଞ୍ଜନଗର ଅଭିମୁଖେ ନିଜ ବାଇକରେ ଆସୁଥିବା ବେଳେ ଗାୟ।ଗଣ୍ଡା ନିକଟରେ କୌଣସି କାରଣରୁ ସେ ଭାରସାମ୍ୟ ହରାଇ ବସିଥିଲେ । ଯାହା ଫଳରେ ବାଇକ ଟି ଦୁର୍ଘଟଣା ଗ୍ରସ୍ତ ହେବା ସହ ସେ ଏହି ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ 108 ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲ ରେ ଭର୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here