ଅସହାୟ ନିଲିଙ୍କ ଭାଗ୍ୟରେ ଭତ୍ତାଟିଏ କେବେ ?

0
450

ଭଞ୍ଜନଗର(ନିଲୁ ବିଷୋୟୀ) ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ହେଲେ ଅସହାୟ ନିଲିଙ୍କ ପାଇଁ ସଵୁ ଅପହଞ୍ଚ । ୭୪ ବର୍ଷ ବୟସରେ ମଧ୍ୟ ଭତ୍ତାଟିଏ ହୋଇପାରୁ ନାହିଁ । ଅନେକ ବାର ପଞ୍ଚାୟତ ଓ ବ୍ଳକ କୁ ଦଉଡି ଦଉଡି ନୟାନ୍ତ ହୋଇଗଲେଣି ହେଲେ କେହିବି ଦୁଖ ଶୁଣୁନାହାନ୍ତି ।କୋହଭରା କଣ୍ଠରେ ଏଭଳି ପ୍ରକାଶ କରିଛନ୍ତି ଡି ନିଲି ପ୍ରଧାନ ।
ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ପ୍ରତାପୁର ପଞ୍ଚାୟତ ମାଟିଆସାହିର ବାସିନ୍ଦା ନିଲି । ସ୍ୱାମୀ ମହାଦେବ ପ୍ରଧାନ ଙ୍କ ସହ ମିଶି ବୁଢାବୁଢି ଦୁଇ ପ୍ରାଣୀ ଗୋଟିଏ ଛୋଟ କୁଡିଆଘରେ ଜୀବନ କାଟୁଛନ୍ତି । ତିନି ପୁଅ ବିବାହ କରି ଯେ ଯା ବାଟରେ ରହୁଛନ୍ତି । ଜୀବନର ଶେଷକାଳରେ ଏବେ ଉଭୟ ଉଭୟଙ୍କ ପାଇଁ ପାଲଟିଛନ୍ତି ସାହାରା । କିଛି ଖଜୁରି ସଂଗ୍ରହ କରି ପଟି ବୁଣିଲେ ଯାହା ଆୟ ହୁଏ ଏବଂ ରାସନକାର୍ଡରେ ମିଳୁଥିବା ସାମଗ୍ରୀରେ ଚଳୁଛି ସଂସାର। ନିଲିଙ୍କ ଅଣ୍ଟା ପଡିଯାଇଥିବା ବେଳେ ନଇଁ ନଇଁ କାଠଚୁଲିରେ କିଛି ରୋଷେଇ କରିବା ସହ ଗୃହକାର୍ଯ୍ୟ ସଂପୂର୍ଣ୍ଣ କରିଥାଆନ୍ତି । ଏଭଳି ପରିସ୍ଥିତିରେ ଆଉ କେତେଦିନ ବଞ୍ଚିବେ ଜୀବନ ଯିବା ପୂର୍ବରୁ ଅନ୍ତତଃ ଭତ୍ତାଟିଏ ହୋଇ ପାରିଥିଲେ ଜୀଵନର ଶେଷ ପର୍ଯ୍ୟାୟରେ ଟିକିଏ ସୁଖଶାନ୍ତିରେ କଟି ପାରନ୍ତା ବୋଲି ପ୍ରକାଶ କରିଛନ୍ତି । ବ୍ଳକ ପ୍ରଶାସନ ଏଥିପ୍ରତି ଟିକିଏ ନଜର ଦେବାକୁ ସେ ନେହୁରା ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here