ପିକ୍‌ନିକ୍‌ରୁ ଫେରୁଥିଲେ ଓଲଟିଲା ବସ୍: ଜଣେ ମୃତ, ୧୦ ଗୁରୁତର

0
311

ପାରଳାଖେମୁଣ୍ଡି (ବସନ୍ତ କୁମାର ପଣ୍ଡା) ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କେନ୍ଦୁଗୁଡା ଘାଟି ଡୁମ୍ବଲାପଦର ଛକଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାହାକି ପିକନିକ଼ ବସ୍‌ ଦୁର୍ଘଟଣା । ଗୁପ୍ତେଶ୍ବର ବୁଲି ଭୁବନେଶ୍ବର ଫେରୁଥିବା ପିକ୍‌ନିକ୍ ବସ ଓଲଟି ପଡିଛି ଘଟଣା ସ୍ଥଳରୁ ଜଣେ ମୃତ, 10ରୁ ଅଧିକ ଗୁରୁତର ଥିବା ଦେଖିବାକୁ ମିଳିଛି । କେନ୍ଦୁଗୁଡା ଘାଟିରେ କୋରାପୁଟର ଗୁପ୍ତେଶ୍ବରରୁ ପିକନିକ୍‌ ସାରି ଭୁବନେଶ୍ବର ଫେରୁଥିବା ବେଳେ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କେନ୍ଦୁଗୁଡା ଘାଟିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ମୃତକ ହେଲେ ଭୁବନେଶ୍ବରର ସୁନୀଲ ସାହୁ । ଆଜି ଭୋର ସମୟରେ ଫେରିବା ପରେ ରାୟଗଡା ଜିଲ୍ଲା କେନ୍ଦୁଗୁଡା ଘାଟି ଡୁମ୍ବଲାପଦର ଛକରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ଫଳରେ । ବସରେ 20 ଜଣରୁ ଅଧିକ ପିକ୍‌ନିକ୍ ବସରେ ବସି ଭୁବନେଶ୍ବରରୁ କୋରାପୁଟ ଯାଇଥିଲେ । ଓଲଟି ଥିବା ଘଟଣା ସ୍ଥଳରୁ ସମସ୍ତ ଆହତଙ୍କୁ ମୋହନା ମେଡିକାଲରେ ଚିକିତ୍ସା ଚାଲିଛି ଏବଂ ଅନ୍ୟ ଗୁରୁତର ଆହତ ଥିବା ବ୍ୟକ୍ତି ଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଛି ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here