“ଇଣ୍ଡିଆ ବୁକ ଅଫ ରେକର୍ଡ୍ସ” ରେ ସ୍ଥାନ ପାଇଲା ଶିଳ୍ପୀ ସତ୍ୟଙ୍କ ବୋତାମରେ ତିଆରି କଳାକୃତି

0
371

ବ୍ରହ୍ମପୁର(ପ୍ରଣୟ ପଣ୍ଡା) ଗଞ୍ଜାମ ଜିଲ୍ଲା, ସୋରଡ଼ାର ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ୧୧୧୫ ଟି ରଙ୍ଗୀନ ବୋତାମ ବ୍ୟବହାର କରି ୧୮ ଇଞ୍ଚ × ୧୫ ଇଞ୍ଚ ସ୍ଥାନରେ ମାଁ କନ୍ଧୁଣି ଦେବୀଙ୍କ କଳାକୃତି ତିଆରି କରି “ଇଣ୍ଡିଆ ବୁକ ଅଫ ରେକର୍ଡ୍ସ” ସ୍ଥାନ ପାଇବାରେ ଗୌରବ ଅର୍ଜନ କରିଛନ୍ତି।ଶିଳ୍ପୀ ଶ୍ରୀ ମହାରଣା ୫ ଘଣ୍ଟା ପରିଶ୍ରମ କରି ୧୧୧୫ ଟି ରଙ୍ଗୀନ ବୋତାମ ଓ ପ୍ଲାଷ୍ଟିକ ଫୁଲ ବ୍ୟବହାର କରି ମାଁ କନ୍ଧୁଣି ଦେବୀଙ୍କ କଳାକୃତି କରିଥିବା ବିଷୟ ଗତ ୨୦୨୦ ସେପ୍ଟେମ୍ବର ୬ ତାରିଖରେ ନ୍ୟୁଜ ଏକ୍ସଟ୍ରା ରେ ପ୍ରକାଶ ପାଇଥିଲା।ଏହି କଳାକୃତି କୁ ଶିଳ୍ପୀ ସତ୍ୟନାରାୟଣ “ଇଣ୍ଡିଆ ବୁକ ଅଫ ରେକର୍ଡ୍ସ”ରେ ସ୍ଥାନିତ କରିବାକୁ ଆବେଦନ କରିଥିଲେ। “ଇଣ୍ଡିଆ ବୁକ ଅଫ ରେକର୍ଡ୍ସ” ର ସମ୍ପାଦକୀୟ ମଣ୍ଡଳୀ ଗତ ୨୦୨୦ ଅକ୍ଟୋବର ୨୭ ତାରିଖରେ ଏକ ବୈଠକରେ ଏକତ୍ରିତ ହୋଇ ସତ୍ୟନାରାୟଣ ମହାରଣାଙ୍କ ଦ୍ୱାରା ବୋତାମରେ ଅତି ସୁନ୍ଦର ଭାବେ ତିଆରି ହୋଇଥିବା ମାଁ କନ୍ଧୁଣି ଦେବୀ କଳାକୃତିକୁ ସ୍ଥାନିତ ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ଗତବର୍ଷ ଶିଳ୍ପୀ ସତ୍ୟନାରାୟଣ ମହାରଣା ଖବର କାଗଜରେ ମାଁ କନ୍ଧୁଣି ଦେବୀଙ୍କ ୭ ଫୁଟ ୮ ଇଞ୍ଚ ଉଚ୍ଚତାର ଜ୍ୱାଳାମୁଖୀ ରୂପର କଳାକୃତି ପାଇଁ “ଇଣ୍ଡିଆ ବୁକ ଅଫ ରେକାର୍ଡ୍ସ” ସ୍ଥାନ ପାଇବାର ଗୌରବ ଅର୍ଜନ କରିଥିଲେ। ଶଳ୍ପୀ ଶ୍ରୀ ମହାରଣାଙ୍କ କଳାକୃତି ଯୋଗୁ ଗଞ୍ଜାମ ଜିଲ୍ଲାର କଳା ଓ ସଂସ୍କୃତି ସାରା ଦେଶ ସହ ବିଶ୍ୱରେ ପରିଚିତ ହୋଇପାରିଛି।

LEAVE A REPLY

Please enter your comment!
Please enter your name here