ଭଞ୍ଜନଗର ରେ ୭୪ ତମ ଉପଖଣ୍ଡ ସ୍ତରୀୟ ସ୍ଵାଧୀନତା ଦିବସ ପାଳନ

0
405

ଭଞ୍ଜନଗର – ଗଂଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ସଦରମହକୁମା ରେ ଆଜି ୭୪ ତମ ସ୍ୱାଧୀନତା ଦିବସ ଉତ୍ସାହ ଉଦ୍ଧିପନା ସହ ପାଳିତ ହୋଇଯାଇଛି। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କୋଭିଡ଼-୧୯ ନିୟମ ପୂର୍ବକ ଚଳିତ ବର୍ଷ ସୀମିତ ଲୋକ ଓ ଅତିଥି ଙ୍କ ଉପସ୍ଥିତ ରେ ଏହି କାଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହି ଅବସରରେ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା କାଯ୍ୟ ପାଇଁ ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କୁ କୋରନା ଯୋଦ୍ଧା ଭାବେ ସଂମାନିତ କରାଯାଇଥିଲା। ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ଓ ବଡ଼କୋଦଣ୍ଡା ସ୍ଥିତ ଚିଦାନଦ କୁଷ୍ଠାଶ୍ରମ ର ଅନ୍ତେବାସୀ ମାନକୁ ଫଳ ବଣ୍ଟନ କରାଯାଇଥିଲା। ଅନୁଷ୍ଠିତ ଏହି କାଯ୍ୟକର୍ମ ରେ ବିଡ଼ିଓ ଅନିଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ , ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର , ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଉପଖଣ୍ଡ ମେଡିକାଲ ଅଧିକ୍ଷକ ସିଂତ।ଶୁ ଶେଖର ଶତପଥୀ, ସମାଜ ସେବୀ ଶୂଳପାଣି ଶତପଥୀ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ , ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ମାନେ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here